ଟ୍ରେନ ଓ ଷ୍ଟେସନ ପରିସରରେ ଅଣ ସ୍ୱୀକୃତିପ୍ରାପ୍ତ ଫେରିବାଲା ଙ୍କ ବିରୁଦ୍ଧରେ ଆହୁରି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ : ପୂର୍ବତଟ ରେଳପଥ

ଜିରୋ ଟଲେରେନ୍ସ (ସହନଶୀଳତା) ନୀତିର ଏକ ଅଂଶ ଭାବେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଷ୍ଟେସନ ଓ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅଣ ସ୍ୱୀକୃତିପ୍ରାପ୍ତ ଫେରୀଵାଲା/ବୁଲାବିକାଳିଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଦ୍ରବ୍ୟକୁ ବାରଣ କରିବା ଏବଂ ଅନ୍ୟ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନେକ ସଫଳତା ପାଇଛି I

ରେଳଯାତ୍ରୀ, ସାଧାରଣ ଜନତା ଓ ଗଣମାଧ୍ୟମରୁ ଗଠନମୂଳକ ପ୍ରତିକ୍ରିୟା ସହିତ ପୂର୍ବତଟ ରେଳପଥ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦ୍ୱାରା ଟ୍ରେନ ଓ ଷ୍ଟେସନ ମାନଙ୍କଠାରେ ଅଣସ୍ୱିକୃତୀପ୍ରାପ୍ତ ଭେଣ୍ଡର ବହୁମାତ୍ରାରେ ହ୍ରାସ ପାଇଅଛି I ଏହି ସଫଳତା ଯାତ୍ରୀ ଓ ସାଧାରଣ ଜନତାଙ୍କ ସମର୍ଥନ ଓ ସହଯୋଗରେ ହୋଇପାରିଛି I ଯାହା ଫଳରେ, ୨୦୧୯ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହି କାର୍ଯ୍ୟକଳାପ ସଂଖ୍ୟା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୧୪୫୧କୁ ହ୍ରାସ ପାଇଅଛି I ପୂର୍ବ ବର୍ଷ ଅର୍ଥାତ ୨୦୧୮ ମସିହା ଏହି ସମୟ ମଧରେ ଅଣସ୍ୱିକୃତୀପ୍ରାପ୍ତ ଭେଣ୍ଡର କାର୍ଯ୍ୟକଳାପ ୪୭୪୨ ଥିବାବେଳେ ୨୦୧୭ ମସିହାରେ ଏହା ୫୨୫୦ ଥିଲା I

ପୂର୍ବରୁ ଗ୍ରହଣ କରାଯାଇଥିବା ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଯାତ୍ରୀମାନେ ବର୍ତ୍ତମାନ ବାହାର ଖାଦ୍ୟର ଭୟକୁ ଦୂର କରିପାରିଥିବା ବେଳେ ଏବେ ଟ୍ରେନ ଯାତ୍ରା ସମୟରେ ସ୍ୱଚ୍ଛତା ଅନୁଭବ କରୁଛନ୍ତି, ଟ୍ରେନ ମଧ୍ୟରେ ବୁଲାବିକାଳୀଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଅଳିଆ ଆବର୍ଜନା ଦୂର କରାଯାଇପାରିଛି, ଜୋରରେ ପାଟିକରି ଯାତ୍ରୀମାନଙ୍କ ଧ୍ୟାନଭଙ୍ଗ କରୁଥିବାର ହ୍ରାସ ପାଇଛି, ଚଳପ୍ରଚଳ ପାଇଁ ଯାତ୍ରୀମାନଙ୍କୁ ଟ୍ରେନ ମଧ୍ୟରେ ଅଧିକ ଜାଗା ମିଳୁଛି, ଚୋରି ଓ ଛିନତାଇ ଘଟଣା ହ୍ରାସ ପାଇଛି, ଯାତ୍ରୀ ମାନଙ୍କୁ ହଇରାଣ ହରକତ କରିବା ସହ ଧମକ ଦେଇ ଟ୍ରେନ ମଧ୍ୟରେ ଅପରାଧ କାର୍ଯ୍ୟକଳାପ ସୃଷ୍ଟିକରୁଥିବାର କାର୍ଯ୍ୟକଳାପରେ ମଧ୍ୟ ହ୍ରାସ ଘଟିଅଛି ବୋଲି ଅନୁଭବ କରିପାରୁଛନ୍ତି I

ପୂର୍ବରୁ ଏହି ଅଣସ୍ୱିକୃତୀପ୍ରାପ୍ତ ଫେରୀଵାଲାମାନେ ଯାତ୍ରୀମାନଙ୍କୁ ବିଭିନ୍ନ ଆଳରେ ହଇରାଣ ହରକତ କରୁଥିଲେ, ଟ୍ରେନ ମଧ୍ୟରେ ଦହନଶୀଳ ପଦାର୍ଥ ପରିବହନ କରୁଥିଲେ, ଯାତ୍ରା ସମୟରେ କୋଚ ମଧ୍ୟରେ ଅଳିଆ ଆବର୍ଜନା ସୃଷ୍ଟି କରାଇ ପରିବେଶ ଦୂଷିତ କରୁଥିବା ସହିତ ଯାତ୍ରୀମାନଙ୍କ ସହିତ ଟ୍ରେନ କର୍ମଚାରୀମାନଙ୍କୁ ମଧ୍ୟ ଧମକ ଦେଇ ଆତଙ୍କିତ କରାଉଥିଲେ I ଅଣସ୍ୱିକୃତୀପ୍ରାପ୍ତ ଫେରିବାଲାମାନେ ପ୍ୟାଣ୍ଟ୍ରି କାର କର୍ମଚାରୀମାନଙ୍କ ଉପରେ ଜୁଲମ ଓ ଯାତ୍ରୀମାନଙ୍କୁ ଧମକାଇବାର ବାରମ୍ବାର ଅଭିଯୋଗ ରେଳବାଇ ନଜରକୁ ପୂର୍ବରୁ ଆସୁଥିଲା I ଏମାନେ ରେଳବାଇ କର୍ମଚାରୀମାନଙ୍କୁ ମଧ୍ୟ ଟ୍ରେନ ମଧ୍ୟରେ ଯାତ୍ରୀମାନଙ୍କୁ ଖାଦ୍ୟଦ୍ରବ୍ୟ ନଦେବା ପାଇଁ ଧମକାଉଥିଲେ I ଏମାନଙ୍କର ଉପଦ୍ରଵ ଯାତ୍ରୀ ସୁରକ୍ଷା, ନିରାପତ୍ତା ଓ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିଲା I

କୌଣସି ବାଧାବିଘ୍ନ ନକରି ଯାତ୍ରୀମାନଙ୍କ ସୁଖଦ ଯାତ୍ରା ପ୍ରତି ଧ୍ୟାନ ଦେଇ ସେମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା, ନିରାପତ୍ତା ଓ ସ୍ୱଚ୍ଛତା ପ୍ରତି ଧ୍ୟାନଦେଇ ଗୁଣବତ୍ତା ଟ୍ରେନ ଯାତ୍ରାର ଉପଲବ୍ଧ କରାଇବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ଏହି ଅଭିଯାନକୁ ଦୃଢତାର ସହିତ ଗ୍ରହଣ କରିଅଛି I

ପୂଜା ଛୁଟି ପରେ ଅଣ ସ୍ୱୀକୃତିପ୍ରାପ୍ତ ବୁଲାବିକାଳି କାର୍ଯ୍ୟକଳାପ ବୃଦ୍ଧିପାଇବା ଆଶଙ୍କା କରି ପୂର୍ବତଟ ରେଳପଥ ଏହାର କାର୍ଯ୍ୟବଳକୁ ସତର୍କ କରାଇ ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଉଭୟ ବାଣିଜ୍ୟିକ ଓ ରେଳବାଇ ସୁରକ୍ଷାବଳକୁ ନିର୍ଦେଶ ଦେଇଛି I ପୂର୍ବତଟ ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ଶ୍ରୀ ରାଜା ରାମଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରାଯାଇଅଛି I

ସାଧାରଣତଃ, ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଅଣ ସ୍ୱୀକୃତିପ୍ରାପ୍ତ ବୁଲାବିକାଳିମାନେ ଖାଦ୍ୟ ଦ୍ରବ୍ୟ, ବହି ଓ ପତ୍ରିକା ସହିତ ଖେଳନା ଇତ୍ୟାଦି ବିକ୍ରୀକରିବାର କାର୍ଯ୍ୟକଳାପ ବୃଦ୍ଧିପାଇବା ଆଶଙ୍କା କରାଯାଉଅଛି ଯେ ସେମାନେ ଏହି ଭିଡ ସମୟରେ ଷ୍ଟେସନ ପରିସର ଓ ଟ୍ରେନ ମାନଙ୍କରେ ସେମାନଙ୍କର କାର୍ଯ୍ୟକଳାପ ପୁଣି ଆରମ୍ଭ କରିପାରନ୍ତି I ଏହି କାର୍ଯ୍ୟକଳାପ ଗୁଡିକୁ ପ୍ରତିହତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି I

ଏହା ବ୍ୟତୀତ, ରେଳବାଇ କର୍ମଚାରୀ ମାନଙ୍କପାଇଁ ବୁଲାବିକାଳି ମାନଙ୍କଦ୍ୱାରା ଅସାମାଜିକ କାର୍ଯ୍ୟକଳାପ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି I ବୁଲାବିକାଳି ମାନଙ୍କ ବେଶରେ ଅସାମାଜିକ ବ୍ୟକ୍ତିମାନେ ଦ୍ରବ୍ୟ ବିକିବା ବାହାନାରେ ରେଳ ଯାତ୍ରୀମାନଙ୍କୁ ଲକ୍ଷ୍ୟ କରି ସେମାନଙ୍କଠାରୁ ଆଭୂଷଣ ଝିଙ୍କି ନେଉଥିବା ସହିତ ଟ୍ରେନ ରେ ଚୋରି କାର୍ଯ୍ୟକଳାପରେ ନିୟୋଜିତ ରଖୁଛନ୍ତିବୋଲି ଅଭିଯୋଗ ରେଳବାଇର ନଜରକୁ ଆସିଛି I ଏହା ସହିତ ବେଳେବେଳେ ଯାତ୍ରୀ ମାନଙ୍କର ଜିନିଷପତ୍ର ଟ୍ରେନ କିମ୍ବା ଷ୍ଟେସନ ରୁ ଚୋରିହେବା ମଧ୍ୟ ରେଳବାଇ ପାଇଁ ଉଦବେଗର ବିଷୟ I ରେଳବାଇ ନଜରକୁ ଆସିଥିବା ଘଟଣାଗୁଡିକ ମଧ୍ୟରୁ ବହୁ ଗୁଡିଏ ଘଟଣା ଛଦ୍ମବେଶୀ ଫେରିବାଲାମାନଙ୍କ ଦ୍ୱାରା ଘଟୁଛି I ଏତଦ ବ୍ୟତୀତ ଫେରୀଵାଲା କିମ୍ବା ବୁଲାବିକାଳି ମାନଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ଖାଦ୍ୟଦ୍ରବ୍ୟ ଏବଂ ଅନ୍ୟାନ ଜିନିଷପତ୍ର ଉଭୟ ଟ୍ରେନ ଓ ରେଳବାଇ ପରିସରେ ଅଳିଆ ଆବର୍ଜନା ଶୃଷ୍ଟି କରୁଛି I

ଏଥିପାଇଁ ରେଳବାଇ କର୍ମଚାରୀ ଓ ସୁରକ୍ଷାବଳ ମାନଙ୍କୁ ପରାମର୍ଶ ଦିଆଯାଇ କୁହାଯାଇଅଛି ଯେ ଯାତ୍ରୀ ମାନଙ୍କର ସୁରକ୍ଷା ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭିକାରି ଏବଂ ଦାନ ମାଗୁଥିବା ବ୍ୟକ୍ତି ମାନେ ଯେପରି ଟ୍ରେନରେ ଯାତାୟାତ ନକରିବେ ଓ ରେଳଷ୍ଟେସନରେ ପ୍ରବେଶ ନକରିବେ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଅଛି I ରେଳଷ୍ଟେସନ ପରିସରରୁ ଭିକାରି ମାନଙ୍କୁ ହଟାଇବାପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉଅଛି I ଏଥି ପାଇଁ ପୂର୍ବତଟ ରେଳପଥ ଯାତ୍ରୀ ଓ ରେଳବ୍ୟବହାରକାରୀ ମାନଙ୍କ ସହଯୋଗ କାମନା କରିବା ସହିତ ଏହାର ନିରାକରଣ ପାଇଁ ଫେରୀଵାଲା/ବୁଲାବିକାଳି ଓ ଭିକାରି ଏବଂ ଦାନମାଗୁଥିବା ଲୋକମାନଙ୍କୁ ଏଥିରୁ ନିରୁତ୍ସାହିତ କରିବାକୁ କୁହାଯାଇଅଛି I ଟ୍ରେନ ଓ ରେଳବାଇ ପରିସରରୁ ବୁଲାବିକାଳି ମାନଙ୍କୁ ନିରୁତ୍ସାହ କରିବା ସହିତ ସୌହାର୍ଦ୍ୟପୂର୍ଣ୍ଣ ଅନୁଭୂତିର ବାତାବରଣ ସୃଷ୍ଟିକରିବାପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛି I

ଟ୍ରେନ ଓ ଷ୍ଟେସନମାନଙ୍କରେ ଅଣସ୍ୱିକୃତୀପ୍ରାପ୍ତ ଫେରୀଵାଲାମାନଙ୍କ ଦ୍ୱାରା ବିକ୍ରୟ କରିବାର କାର୍ଯ୍ୟକଳାପ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ଆଦେଶନାମା ଜାରିକରଯାଇଅଛି I ଏଥିପାଇଁ ପୂର୍ବତଟ ରେଳପଥର କାର୍ଯ୍ୟବଳକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଆଦେଶ ଦିଆଯାଇଥିବାବେଳେ ଯାତ୍ରୀମାନଙ୍କର ସହଯୋଗ କାମନା କରାଯାଇଅଛି I

ଟ୍ରେନ ଯାତ୍ରା ସମୟରେ ଅଣସ୍ୱିକୃତୀପ୍ରାପ୍ତ ଫେରୀଵାଲା କାର୍ଯ୍ୟକଳାପ କିମ୍ବା ଯାତ୍ରୀମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସବୁବେଳେ କାର୍ଯ୍ୟ କରୁଥିବା ଟୁଲ ଫ୍ରି ରେଳବାଇ ସୁରକ୍ଷା ହେଲ୍ପଲାଇନ ନମ୍ବର – ୧୮୨ କୁ ଜଣାଇବାକୁ ପୂର୍ବତଟ ରେଳପଥ ସାଧାରଣ ଜନତା ଓ ରେଳଯାତ୍ରୀମାନଙ୍କୁ ଅନୁରୋଧ କରିଛି I ରେଳବାଇର ଏହି ହେଲ୍ପଲାଇନ ନମ୍ବର-୧୮୨ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଉତ୍ତମ ଭାବେ କାର୍ଯ୍ୟକରୁଅଛି ଏବଂ ଏହା ଯାତ୍ରା ସମୟରେ ଯାତ୍ରୀମାନଙ୍କର ବନ୍ଧୁଭାବେ କାର୍ଯ୍ୟକରି ସହାୟତା ଯୋଗାଇଦେଇଆସୁଅଛି I

Spread the love