ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ମିଳିଲା ‘ଇଟ ରାଇଟ’ ମାନ୍ୟତା

ଭୁବନେଶ୍ୱର :  ସୂଚନା ଅନୁଯାୟୀ, ଭୁବନେଶ୍ୱର  କ୍ୟାପିଟାଲ ହସ୍ପିଟାଲରେ ପ୍ରତି ରୋଗୀଙ୍କ ପାଇଁ ନିର୍ଦ୍ଧାରିତ ୮୫ ଟଙ୍କାରେ ଦୈନିକ ଖାଦ୍ୟ ଯୋଗାଇ ଦିଆଯାଉଛି। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ଏଫଏସଏସଏଆଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପରେ କେତେକ ନିର୍ଦ୍ଦିଷ୍ଟ ମାନକ ପୂରଣ ହୋଇଥିବାରୁ ‘ଇଟ ରାଇଟ’ ମାନ୍ୟତା ମିଳିଛି। ସେ କହିଛନ୍ତି ଯେ ରୋଗୀମାନଙ୍କର ଖାଦ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି।ଏ ନେଇ କ୍ୟାପିଟାଲ ହସ୍ପିଟାଲର ମ୍ୟାନେଜର ରଶ୍ମିରଂଜନ ପୁହାଣ କହିଛନ୍ତି ଯେ ରୋଷେଇ ଏବଂ ଖାଦ୍ୟ ବଣ୍ଟନରେ ସମ୍ପୃକ୍ତ ସମସ୍ତ କର୍ମଚାରୀ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଉଛନ୍ତି ଓ ମାସ୍କ ଏବଂ ଗ୍ଳୋବ୍ସ ବ୍ୟବହାର କରୁଛନ୍ତି। ରୋଗୀମାନଙ୍କୁ ଦିନକୁ ୩ ଥର ଖାଦ୍ୟ ଦିଆଯାଉଛି ଏବଂ ଏଥିରେ ଫଳ, କ୍ଷୀର ଓ ଅନ୍ୟାନ୍ୟ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତା ନେଇ ଟ୍ୱିଟ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love