୯ଟି ଇକମୋ ସେବା ମେସିନ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ତଥା ପୂର୍ବ ଭାରତର ଚିକିତ୍ସା କ୍ଷେତ୍ରରେ ଲିପିବଦ୍ଧ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ । କଟକ ଏସସିବି ମେଡିକାଲରେ ଉଦଘାଟିତ ହୋଇଛି ଇକମୋ ଚିକିତ୍ସା କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କଟକ ଆସି ୯ଟି ମେସିନକୁ ଉଦଘାଟନ କରିଛନ୍ତି । ଏସସିବି ମେଡିକାଲ ଦେଶର ଦ୍ବିତୀୟ ସରକାରୀ ମେଡିକାଲ ଯେଉଁଠି ମାଗଣାରେ କରୋନା ସଂକ୍ରମିତଙ୍କୁ ମାଗଣାରେ ମିଳିବ ଇକମୋ ଚିକିତ୍ସା ।

ପୂର୍ବରୁ ଇକମୋ ଚିକିତ୍ସା ପାଇଁ ରୋଗୀମାନେ ଏୟାରଲିପ୍ଟିଂ ହୋଇ ବାହାରକୁ ଯାଉଥିଲେ। ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିଲା। ଅଧିକାଂଶ ଗରିବ ଓ ମଧ୍ୟବିତ୍ତ ପରିବାର ଏହି ଚିକିତ୍ସା କଥା ଭାବି ପାରୁନଥିଲେ। ଏବେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ କଟକରେ ମାଗଣାରେ ଏହି ଚିକିତ୍ସା ମିଳିପାରିବ। ଇକମୋ ଚିକିତ୍ସା ପାଇଁ ଦୁଇଟି ମେଡିକାଲ ଓ ବୈଷୟିକ ଟିମ୍ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି।

 

Spread the love