ED ଅଫିସରେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶୃତି, ୪ର୍ଥ ଥର ନୋଟିସ୍ ପରେ ହାଜର

ଭୁବନେଶ୍ବର ୨୬।୧୧: ଇଡିରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶୃତି । ଇଡି ପକ୍ଷରୁ ବାରମ୍ବାର ନୋଟିସ୍ ପରେ ବି ହାଜର ହୋଇନଥିଲେ ଶୃତି ପାଣିଗ୍ରାହୀ । ଚତୁର୍ଥ ଥର ନୋଟିସ୍ ପରେ ଶ୍ରୃତି ଇଡି ଅଫିସ୍‌ରେ ହାଜର ହୋଇଛନ୍ତି । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ଆର୍ଥିକ କାରବାର ନେଇ ଇଡି ପଚରାଉଚରା କରିବ ।

ଏହାସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ମଧ୍ୟ ଇଡି ପଚରାଉଚରା କରିବ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ଝିଅ ଶୃତି ପାଣିଗ୍ରାହୀଙ୍କ ଆକାଉଣ୍ଟ ଏବଂ ତାଙ୍କ ଆକାଉଣ୍ଟରୁ ଆକାଶ ପାଠକଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା ।

Spread the love