ଇଡି ଅଫିସ୍‌ ଯିବା ପୂର୍ବରୁ ସଂଜୟଙ୍କ ଭାବ ବିହ୍ୱଳ ପୋଷ୍ଟ, ମାଆଙ୍କୁ କୋଳାଗ୍ରତ କରି ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ, ୦୧|୦୮ : ଗିରଫ ପୂର୍ବରୁ ଶିବସେନା ସାଂସଦ ସଂଜୟ ରାୱତଙ୍କ ଇମୋସନାଲ୍‌ ପୋଷ୍ଟ । ଅର୍ଥ ହେର୍‌ଫେର୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପୂର୍ବରୁ ପରିବାର ସହ ସଂଜୟ ଇମୋସନାଲ୍‌ ସମୟ ବିତାଇଥିବା ଏଥିରେ ଦେଖିବାକୁ ମିଳିଛି । ୯ -୧୦ ଘଣ୍ଟା ଧରି ଚଢାଉ ପରେ ସଂଜୟ ରାଉତଙ୍କୁ ଗିରଫ କରିଛି ଇଡି। ମମ୍ବାଇସ୍ଥିତ ସଂଜୟ ରାତଙ୍କ ଘର ମୈତ୍ରୀରୁ ତାଙ୍କୁ ଉଠାଇ ନେଇଛି। ସକାଳ ୫ଟାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ସଦଳବଳେ ସଂଜୟ ରାୱତଙ୍କ ଘରେ ଚଢାଉ କରିଥିଲା। ଏପରିକି ୧୫ ଘଣ୍ଟା ଜେରା କରାଯାଇଥିଲା । ମୁମ୍ବାଇସ୍ଥିତ ପାତ୍ରା ଚାୱାଲା ଜମି ଘୋଟଲାକୁ ନେଇ ସଂଜୟଙ୍କ ବିରୋଧରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛି । ଇଡି ଚଢ଼ାଉ ବେଳେ ସଂଜୟଙ୍କ ଘରୁ ୧୧ ଲକ୍ଷ ଟଙ୍କା ମିଳିଛି । ଯାହାକୁ ତାଙ୍କ ଭାଇ ସୁନିଲ୍‌ ରାୱତ ଅଯୋଧ୍ୟା ଫଣ୍ଡ୍‌ର ଟଙ୍କା ବୋଲି କହିଛନ୍ତି । 

ଇଡି ଅଫିସ୍‌କୁ ନେବା ପୂର୍ବରୁ ସଂଜୟ ତାଙ୍କ ମାଆଙ୍କୁ କୋଳାଗ୍ରତ କରୁଥିବା ସେ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହି ଦୁର୍ନୀତିରେ ତାଙ୍କର କୌଣସି ହାତ ନଥିବା ସେ ସିରିଜ୍‌ ଟ୍ୱିଟ୍‌ କରି କହିଛନ୍ତି । ତାଙ୍କ ଉପରେ ମିଛ କାର୍ଯ୍ୟାନୁଷ୍ଠାନ ଏବଂ ମିଛ ପ୍ରମାଣ ଯୋଗାଡ଼ କରାଯାଉଥିବା ସେ କହିଥିବା ବେଳେ ମୁଁ ମରିଯିବି ପଛେ ନଇଁବି ନାହିଁ ବୋଲି କହିଛନ୍ତି । ମୁଁ କେବେ ବି ଶିବସେନା ଛାଡ଼ିବି ନାହିଁ । ମୁଁ ବାଲାସାହେବ ଠାକ୍‌ରେଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ । ମୁଁ ଦୁର୍ନୀତି କରି ପାରିବି ନାହିଁ । ଶିବସେନା ପାଇଁ ମୁଁ ଲଢ଼ୁଛି ଆଗକୁ ମଧ୍ୟ ଲଢ଼ିବି ବୋଲି ସେ କହିଛନ୍ତି ।

ଗିରଫଦାରୀ ପରେ ସଂଜୟ ରାଉତଙ୍କୁ ଉଡି କାର୍ଯାଳୟକୁ ନିଆଯାଇଛି। ଏଥିପାଇଁ ମୁମ୍ବାଇର ଇଡି ଅଫିସରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ମାମଲାରେ ସଂଜୟ ରାଉତଙ୍କୁ ଗତ ୨୭ ତାରିଖରେ ଉଡି ସମନ ଜାରି କରିଥିଲା। କିନ୍ତୁ ସଂଜୟ ରାଉତ ଇଡିରେ ହାଜର ହୋଇନଥିଲେ। ତେବେ ଏହି ଗିରପଦାରୀକୁ ସଂଜୟ ରାଉତ କହିଛନ୍ତି ଯେ, ଏହି ଦୁର୍ନୀତିରେ ତାଙ୍କର କୌଣସି ସଂପର୍କ ହିଁ ନାହିଁ। ରାଜନୈତିକ ଉଦ୍ଦେଶ୍ଯ ରଖି ଗିରଫ କରାଯାଇଛି। ସେପଟେ ତାଙ୍କ ଓକିଲ ମଧ୍ୟ ଏହି ଗିରଫଦାରୀକୁ ବେଆଇନ କହିଛନ୍ତି।

Spread the love