ଜେଲରେ ପହଞ୍ଚିଲେ ଇଡି ଅଧିକାରୀ : ଅର୍ଚ୍ଚନାଙ୍କୁ ଜେଲରେ କରାଯିବ ଜେରା

ଆଜି ଅର୍ଚ୍ଚନା ନାଗଙ୍କୁ ଜେଲରେ ଜେରା କରିବ ଇଡି । ଏଥିପାଇଁ ଇଡି ଟିମ୍ ଜେଲରେ ପହଞ୍ଚିଛନ୍ତି ।  ଜଣେ ମହିଳା ଅଧିକାରୀଙ୍କ ସହିତ ୪ଜଣିଆ ଟିମ୍ ଜେଲରେ ପହଂଚିଛନ୍ତି । ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବେ ଇଡି ଅଧିକାରୀ । ଆସନ୍ତାକାଲି ଖଗେଶ୍ୱରଙ୍କୁ ଜେଲରେ ପଚରାଉଚରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଗୋଟିଏ ଗୋଟିଏ ଦିନ ଜେରା କରିବା ନେଇ ଇଡି କୋର୍ଟରେ ଆବେଦନ କରିଥିଲା । କୋର୍ଟ ଇଡିର ଆବେଦନକୁ ଗ୍ରହଣ କରିବା ସହ ଜେରା କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । 

ମନି ଲଣ୍ଡରିଂ ମାମଲାରେ ଦୁଇ ଜଣଙ୍କ ବିରୋଧରେ ପୁଣି ଥରେ ଅନେକ ତଥ୍ୟ ଓ ପ୍ରମାଣ ମିଳିଛି । ସେହି ତଥ୍ୟ ଓ ପ୍ରମାଣ ସହିତ ଦୁଇ ଜଣଙ୍କ କଥାବାର୍ତାର ସତ୍ୟତା ଯାଂଚ କରିବା ପାଇଁ ଜେରା କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ୧୩ ଦିନ, ଜଗବନ୍ଧୁଙ୍କୁ ୧୨ ଦିନ ଓ ଖଗେଶ୍ୱରଙ୍କୁ ୧୦ ଦିନ ରିମାଣ୍ଡରେ ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ଜେରା ବେଳେ ଇଡି ମନି ଲଣ୍ଡରିଂ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଏବେ ଅର୍ଚ୍ଚନା ନାଗଙ୍କ ସମ୍ପତି ବାଜ୍ୟାପ୍ତି ନେଇ ପ୍ରକ୍ରିୟା ଆରମ୍ଭ ହେବା ପରେ ସତ୍ୟବିହାରରେ ଥିବା ତାଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Spread the love