ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିସ ସିସୋଦିଆଙ୍କ ୫୨ କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି

ମନିଷ ସିସୋଦିଆଙ୍କ ସମ୍ପତ୍ତି ଆଟାଚ କଲା ଇଡି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସଂପୃକ୍ତ ଥିଦା ଅନ୍ୟ ଅଭିଯୁକ୍ତଙ୍କ ସଂପତ୍ତି ମଧ୍ୟ ଆଟାଚ କରାଯାଇଛି। ଏମାନଙ୍କ ଭିତରେ ଅଛନ୍ତି ଅମନଦୀପ ସିଂ ଧାଲ୍‌, ରାଜେଶ ଜୋଶୀ ଓ ଗୌତମ ମାଲହୋତ୍ରା।

ମନିଷ ସିସୋଦିଆଙ୍କ ୫୨ କୋଟି ଟଙ୍କାର ସଂପତ୍ତି ଆଟାଚ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ଭିତରେ ସିସୋଦିଆଙ୍କ ପତ୍ନୀଙ୍କ ସଂପତ୍ତି ମଧ୍ୟ ରହିଛି। ସିସୋଦିଆଙ୍କ ପତ୍ନୀ ସୀମାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୧ ଲକ୍ଷ ଟଙ୍କା ମଧ୍ୟ ସିଜ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତକାଲି ଦିଲ୍ଲୀର ବ୍ୟବସାୟୀ ଦୀନେଶ ଆରୋରାଙ୍କୁ ଗିରଫ କରିଥିଲା ଇଡି।

ସିସୋଦିଆଙ୍କ ସହ ଦୀନେଶ ଆରୋରାଙ୍କ ଘନିଷ୍ଠତା ଥିବା କୁହାଯାଉଛି। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଆପ୍‌ ନେତା ତଥା ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ।

Spread the love