ଖାଇବା ତେଲ ଦାମ୍ କମିବ, ଶୁଳ୍କ ୫% କମିଲା

ନୂଆଦିଲ୍ଲୀ : ଖାଉଟିମାନଙ୍କୁ ଦରବୃଦ୍ଧି କବଳରୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ଖାଇବା ତେଲ ଆମଦାନି ଶୁଳ୍କରେ ୫ ପ୍ରତିଶତ ହ୍ରାସ କରିଛନ୍ତି। ତେଣୁ ଆଗାମୀ ଦିନରେ ଖାଇବା ତେଲ ଦାମ୍ ଆହୁରି ହ୍ରାସ ହେବ। ବିଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖି ତେଲ ଉପରୁ ମୌଳିକ ଆମଦାନି ଶୁଳ୍କକୁ ୧୭.୫ ପ୍ରତିଶତରୁ ୧୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ପୂର୍ବରୁ ଏହି ଦୁଇ ପ୍ରକାର ତେଲ ଉପରୁ ୨୦୨୧ ଅକ୍ଟୋବରରେ ମୌଳିକ ଆମଦାନି ଶୁଳ୍କ ୩୨.୫ ପ୍ରତିଶତରୁ ୧୭.୫ ପ୍ରତିଶତକୁ ହ୍ରାସ କରାଯାଇଥିଲା। ସେହି ସମୟରେ ଖାଇବା ତେଲ ଦାମ୍ ଆନ୍ତର୍ଜାତିକ ବଜାରରେ ଅଧିକ ଥିଲା।
ଗତ ଏପ୍ରିଲ୍‌ରେ ଖାଇବା ତେଲ ଆମଦାନି ୧୦% କମିଥିଲା। କିନ୍ତୁ ସେହି ସମୟରେ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଆମଦାନିରେ ବୃଦ୍ଧି ହୋଇଥିଲା। ଏବେ ଦେଶ‌େର ସୋୟାବିନ୍‌ ତେଦୋମ୍ ଲିଟର ପିଛା ୧୧୫-୧୨୦ ଟଙ୍କା ଭିତରେ ଥିବା ବେଳେ ସୂର୍ଯ୍ୟମୁଖୀ ତେଲ ଦାମ୍ ୧୨୦ ଟଙ୍କା ପାଖାପାଖି ରହିଛି।

Spread the love