ଶିକ୍ଷକଙ୍କୁ ଶିକ୍ଷା ମନ୍ତ୍ରୀ ଙ୍କ ନାଲି ଆଖି: ପାଠପଢାରେ ଅବହେଳା କଲେ ହେବ କାର୍ଯ୍ୟାନୁଷ୍ଠାନ

ସବୁ ସୁବିଧା ଥାଇ ମଧ୍ୟ ସରକାରୀ ବିଦ୍ୟାଳୟରେ ହେଉନି ଭଲ ରେଜଲ୍ଟ । ଏଣିକି ସରକାରୀ ଶିକ୍ଷକ ପାଠପଢାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ହେବ। ଆଜି କୋଣାର୍କ ଉଚ୍ଚ ବିଦ୍ୟାଳୟର ୬୨ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ସ୍କୁଲ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ପ୍ରତିକ୍ରିୟା ଦେଇଛନ୍ତି। ବେସରକାରୀ ବିଦ୍ୟାଳୟରେ ଭଲ ରେଜଲ୍ଟ ହେଲା ବେଳେ କାହିଁକି ସରକାରୀ ବିଦ୍ୟାଳୟରେ ରେଜଲ୍ଟ କମୁଛି । ସରକାରୀ ସ୍କୁଲକୁ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ମିଳୁଛି । ସରକାରଙ୍କ ଦ୍ୱାରା ଆରମ୍ଭ ହେଉଥିବା ସମସ୍ତ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଅଧିକାଂଶ ସରକାରୀ ବିଦ୍ୟାଳୟରେ ରେଜଲ୍ଟ ଭଲ ହେଉନାହିଁ । ଅଧିକାଂଶ ପିଲା ଭଲ ମାର୍କ ରଖୁ ନାହାଁନ୍ତି । ତେବେ ଏପରି ସୁବିଧା ସୁଯୋଗ ଯୋଗାଉଥିଲେ ମଧ୍ୟ ସରକାରୀ ସ୍କୁଲରେ ରେଜଲ୍ଟରେ ଉନ୍ନତି ପରିଲକ୍ଷିତ ହେଉନାହିଁ । ସେ ଆହୁରି କହିଛନ୍ତି, ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ୧୦୧ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମଶ୍ରେଣୀରୁ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ବୋର୍ଡ ଅଫ ସେକେଣ୍ତାରୀ ଏଜୁକେସନ ଦ୍ୱାରା ଆରମ୍ଭ ହେବ । ପ୍ରତି ଜିଲ୍ଲାରୁ ୩ ଟି ବିଦ୍ୟାଳୟକୁ ପ୍ରାଥମିକ ପର୍ଯ୍ୟାୟରେ ନିଆଯିବ । ସଫଳ ହେଲେ ଏହି ନିୟମକୁ ପର୍ଯ୍ୟାୟକ୍ରମେ ସମସ୍ତ ବିଦ୍ୟାଳୟରେ ଲାଗୁ କରାଯିବ । ରାଜ୍ୟରେ ଖୁବ ଶିଘ୍ର ପ୍ରତ୍ୟେକ ବିଦ୍ୟାଳୟକୁ ଶ୍ରେଣୀ ଶିକ୍ଷକ ଯୋଗାଇ ଦିଆଯିବ । ୩୦ହଜାର ନୂତନ ଶିକ୍ଷକ ନିଯୁକ୍ତି ପାଇବେ । ପୂର୍ବରୁ ପ୍ରମୋସନ ପାଇନଥିବା ୩୦ହଜର ଶିକ୍ଷକଙ୍କୁ ପ୍ରମୋସନ କରାଯିବା ପ୍ରକିୟା ଆରମ୍ଭ ହୋଇଛି ।

Spread the love