ନିଳିମା ବନ୍ଦୋପାଧ୍ୟୟଙ୍କୁ ଶିକ୍ଷା ପାଇଁ ଜାତୀୟ ସ୍ତରରେ ଦୁଇ ସମ୍ମାନ ପ୍ରଦାନ

ଜାନୁଆରୀ ୯ ତାରିଖରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ୱାରଣ୍ଡଲ୍ୟାଣ୍ଡ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ନିଳିମା ବନ୍ଦୋପଧ୍ୟାୟ ନିଜର ୨୦ବର୍ଷ ତଳର ସଂଘର୍ଷକୁ ପ୍ରକାଶ କରିଛନ୍ତି। ଶ୍ରୀମତୀ ବନ୍ଦୋପଧାୟ ୨୦ ବର୍ଷରୁ ଊର୍ଦ୍ଧ୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ଓଡ଼ିଶାରେ ଘଟୁଥିବା ମହାବାତ୍ୟା ହେଉ ବା ମହାମାରୀ କରୋନା ହେଉ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ, ପ୍ରତିଟି ସମୟରେ ଲୋକଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢାଇଥାନ୍ତି ଶ୍ରୀମତୀ ବନ୍ଦୋପଧ୍ୟାୟ। ଛୋଟବେଳୁ ତାଙ୍କର ମୂଳ ଲକ୍ଷ୍ୟ ଥିଲା ଦେଶ ଓ ଦେଶବାସୀଙ୍କ ସେବା କରିବା। ସେ ସୁବାଷ ବୋଷ, ରବୀନ୍ଦ୍ରନାଥ ଟାଗୋର, ମଦର ଟେରେସାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବାକୁ ଆପଣାଇଥିବା ଶ୍ରୀମତୀ ବନ୍ଦୋପଧ୍ୟାୟ କାହାର ସହାୟତା ନନେଇ ନିଜର ଲକ୍ଷ୍ୟପଥରେ ଆଗେଇ ଗଲିଛନ୍ତି।

ଏଥିସହିତ ୧୦ ବର୍ଷ ତଳେ ସୁନ୍ଦରପଦାରେ ଆରମ୍ଭ କରିଥିବା ଏକ ପ୍ରାଇମେରୀ ସ୍କୁଲ ଏବେ ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହୋଇଛି। ଏହି ଶିକ୍ଷାନୁଷ୍ଠାନରେ ଗରିବ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଛି। ତାଙ୍କର ଏପରି ପ୍ରୟାସକୁ ହୃଦୟଙ୍ଗମ କରି ବିଗତ ଦୁଇବର୍ଷ ମଧ୍ୟରେ ନ୍ୟାସନାଲ ଏଜୁକେଶନାଲ ଏକ୍ସଲେନ୍ତି ଆୱାର୍ଡ଼ ଏବଂ ୧୦୦ ମହିଳା ଆଇକନ ଇଣ୍ଡିଆ ଆୱାର୍ଡ଼ରେ ଶ୍ରୀମତୀ ବନ୍ଦୋପଧ୍ୟାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ଏଥୁସହିତ ତାଙ୍କର ସଂଘର୍ଷମୟ କାହାଣୀକୁ ଲୋକଲୋଚନକୁ ଆଣିବା ତାଙ୍କର ମୂଳ ଲକ୍ଷ୍ୟ। କାରଣ ତାଙ୍କର ଏହି ସଂଘର୍ଷମୟ ଜୀବନରେ ଅନୁପ୍ରାଣିତ ହୋଇ ଆଜିର ଯୁବସମାଜ ଆଗକୁ ବାହାରି ଗରିବ, ଅସହାୟ ଓ ନିରାଶ୍ରୟ ଲୋକଙ୍କୁ ସହାୟତାର ହାତ ବଢାନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

Spread the love