କାଲି ନୂଆଦିଲ୍ଲୀରେ ବସିବ ଶିକ୍ଷା ନୀତି ବୈଠକ

ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ଶିକ୍ଷା ନୀତି ବୈଠକ । ଯୋଗ ଦେବେ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା, ନୂଆଦିଲ୍ଲୀ ବୈଠକରେ ବିଭାଗ ଉଠାଇବ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ସ୍କୁଲ ପିଲାଙ୍କୁ ଜଳଖିଆ ଦେବା ପାଇଁ କେନ୍ଦ୍ରର ପ୍ରସ୍ତାବ ଉପରେ ରାଜ୍ୟ ଆର୍ଥିକ ଭାର କେନ୍ଦ୍ର ନେଉ ବୋଲି ଦାବି ରଖିବ । ପ୍ରୀ ସ୍କୁଲ ଓ ପ୍ରାଇମେରୀ ସ୍କୁଲ ମିଶାଇବା ପାଇଁ କେନ୍ଦ୍ର ପ୍ରସ୍ତାବ ଉପରେ ରାଜ୍ୟର କୌଣସି ଆପତ୍ତି ନାହିଁ । କିନ୍ତୁ ଏଥିପାଇଁ ଯେଉଁ ଭିତ୍ତିଭୂମି ଦରକାର ସେ ବାବଦ ଖର୍ଚ୍ଚ କେନ୍ଦ୍ର ବହନ କରୁ ବୋଲି ଦାବି ରଖିବ ବିଭାଗ ।

ସେହିଭଳି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସ୍କ୍ରିନିଂ ଦ୍ୱାରା କରିବାକୁ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ପୁନବିଚାର କରିବାକୁ ଦାବି ରଖିବ ରାଜ୍ୟ । ସ୍କ୍ରିନିଂ ବ୍ୟବସ୍ଥା ରେ ଶିକ୍ଷକ ନିଯୁକ୍ତି ବିଳମ୍ବ ହେବ ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

Spread the love