ଗଣଶିକ୍ଷାମନ୍ତ୍ରୀ ଏସଟି ଏସସି ସିନିୟର ଏସଇଏସ ପ୍ରଧାନ ଶିକ୍ଷକ ସଂଘର ଆଲୋଚନା

ଭୁବନେଶ୍ୱର, ସିନିୟର ଏସଇଏସ ପ୍ରଧାନ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ଓଡିଶା ସରକାରୀ ଉଚ୍ଚବିଦ୍ୟାଳୟ ଏସଟି ଏବଂ ଏସ୍‌ସି ପ୍ରଧାନ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ ଆଲୋଚନା କରିଛନ୍ତି । ସମସ୍ୟା ଗୁଡିକ ହେଲା ସିନିୟର ଏସ୍‌ଇଏସ୍‌-୨୦୨୩ ଗ୍ରେଡେସନରେ ତ୍ରୁଟି, ସିନିୟର ଏସଇଏସ୍‌ରୁ ଓଇଏସ- ପଦୋନ୍ନତି ପାଇଁ ଜେଆର ଏସ୍‌ଇଏସ୍ ପରିବର୍ତ୍ତେ ଏସଆର୍ ଜଏନିଂକୁ ଗୁରୁତ୍ୱ ଦେବାପାଇଁ ଦାବି ସହ ସିନିୟର ଏସ୍‌ଇଏସ୍ ପ୍ରଧାନ ଶିକ୍ଷକମାନେ ଦୀର୍ଘ ୧୭ ବର୍ଷ ହେବ ଗୋଟିଏ ପୋଷ୍ଟରେ କାର୍ଯ୍ୟ କରୁଥିଲେ ସୁଦ୍ଧା ପରବର୍ତ୍ତି ଓଇଏସ ପଦୋନ୍ନତି ନମିଳିବା, ନିଜ ଜିଲ୍ଲା ବାହାରେ କାର୍ଯ୍ୟ କରୁଥିବା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକମାନଙ୍କୁ ନିଜ ଜିଲ୍ଲାକୁ ବଦଳି କରିବା, ୨୦୦୪-୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ଓ ୬ ବର୍ଷର ଚୁକ୍ତି ଅବଧି ନିୟମିତ ଚାକିରିରେ ଯୋଗ କରିବା ଆଦି ସମସ୍ୟା ଗୁଡିକ ବିଷଦ ଆଲୋଚନା କରାଯାଇଥିଲା । ମନ୍ତ୍ରୀ ଏହାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆଶୁ ସମଧାନ କରିବା ପଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନାରେ ରାଜ୍ୟ ସଂଘର ସଭାପତି ଦୈତାରୀ ମଲ୍ଲିକ, ସାଧାରଣ ସମ୍ପାଦକ ଦିଲୀପ କୁମାର ବେହେରା, ଉପଦେଷ୍ଟା ଆମର କୁମାର ମଲ୍ଲିକ ଏବଂ ସଂଘର କର୍ମକର୍ତ୍ତା- ପବିତ୍ର କୁମା ସାହୁ , ରାଣୀ ମାରାଣ୍ଡି, ଆରତୀ ଟୁଡୁ, ରବୀନ୍ଦ୍ର ନାଥ ସେଠୀ, ସାଇବୁ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love