ମନ୍ତ୍ରୀ ହେବ ତ ଏମିତି : ବଡଚଣା ବିଷ୍ଣୁ ସାମନ୍ତରାୟ କଲେଜକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ

ରାଜ୍ୟରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥl ? ପିଲାଙ୍କ ଉପସ୍ଥାନ ଠିକ ରହୁଛି ତ ? ଏସବୁର ଉତ୍ତର ପାଇବା ପାଇଁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ ଯାଜପୁର ଜିଲ୍ଲା ବଡଚଣା ର ବିଷ୍ଣୁ ସାମନ୍ତରାୟ କଲେଜକୁ ଅଚାନକ ଗସ୍ତ କରିଛନ୍ତି । କାହାରିକୁ ଖବର ନଦେଇ  କଲେଜ ରେ ପହଞ୍ଚି ଥିଲେ l  ଏହି ଘଟଣା ଏବେ ଯାଜପୁର ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ମନ୍ତ୍ରୀ ପହଞ୍ଚିବା ପରେ ନିଜେ ଶ୍ରେଣୀ ଗୃହକୁ ଯିବା ସହ ପିଲାମାନଙ୍କ ସହ ଅସୁବିଧା ସୁବିଧା ପଚାରି ବୁଝିଛନ୍ତି । ଜଣେ ମନ୍ତ୍ରୀ ନୁହେଁ ବରଂ ଜଣେ ସହପାଠୀ ହିସାବରେ ଅରୁଣ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ପିଲାମାନଙ୍କ ମତ ମଧ୍ୟ ନେଇଛନ୍ତି । ଦୀର୍ଘ ସମୟ ଧରି ମନ୍ତ୍ରୀ ସେଠାରେ ରହିବା ସହ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହ ଆଲୋଚନା କରିଛନ୍ତି । ଆଉ କିଭଳି ପଦକ୍ଷେପ ଗ୍ରହଣ କଲେ କଲେଜ ମାନଙ୍କରେ ଏକ ଶୈକ୍ଷିକ ପରିବେଶ ସୃଷ୍ଟି ହେଇପାରିବ ସେ ନେଇ ମନ୍ତ୍ରୀ ଦୃଷ୍ଟି ଆରୋପ କରିଛନ୍ତି ।

ମନ୍ତ୍ରୀ ଙ୍କ ଏଭଳି ଅଚାନକ ଗସ୍ତ କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଦେଖେଣାହାରି କହିଛନ୍ତି ମନ୍ତ୍ରୀ ହେବ ତ ଏମିତି । ପୂର୍ବରୁ କଲେଜ ରେ ବାୟୋମେଟ୍ରିକ ଦ୍ୱାରା ଅଧ୍ୟାପକ ଙ୍କ କାର୍ଯ୍ୟର ସମୟସୀମା ନିର୍ଦ୍ଧାରଣ କରିଥିବା ମନ୍ତ୍ରୀ ଅରୁଣ ଓଡିଶା ଜନମାନସ ରେ ପ୍ରିୟଭାଜନ ହୋଇପାରିଥିଲେ ।

ଏପରିକି ଅବିଭାବକ ମହଲରେ ଜଣେ ମନ୍ତ୍ରୀ ଭାବେ ବେଶ ଗ୍ରହଣୀୟ ହୋଇପାରିଥିଲେ ।

Spread the love