ଇସ୍‌ଲାମ୍‌ ସମ୍ପ୍ରଦାୟ ପକ୍ଷରୁ ଇଦୁଲଜୁହା ପାଳିତ

ଆଜି ମୁସଲିମ ସମ୍ପ୍ରଦାୟର ପବିତ୍ର ଇଦୁଲଜୁହା। ଏଥିପାଇଁ ଢେଙ୍କାନାଳ ସହରରେ ରହୁଥିବା ମୁସଲିମ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ବେଶ ଧୁମଧାମରେ ପାଳିଛନ୍ତି। ମୁସଲିମ ସମ୍ପ୍ରଦାୟର ଲୋକମାନେ ନୂଆ ପୋଷାକ ପିନ୍ଧି ମସଜିଦକୁ ଯାଇ ସମୁହ ନମାଜ ପାଠ କରିଥିଲେ।

ଢେଙ୍କାନାଳ ସହରରରେ ଥିବା ଉଭୟ ମୋତି ମସଜିଦ ଓ ଜାମା ମସଜିଦରେ ଇସଲାମ ଧର୍ମାବଲମ୍ୱିମାନେ ଶହ ଶହ ସଂଖ୍ୟାରେ ଏକାଠି ହୋଇ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଥିଲେ।ସେମାନେ ପରସ୍ପରକୁ କୋଳାଗ୍ରତ କରିବା ସହ ପରିବାର ପାଇଁ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା।

Spread the love