ନାବାଳିକାକୁ ଦୁଇ ଭାଇ ମିଶି ଦୁଷ୍କର୍ମ

କାନପୁର: ନାବାଳିକା ନିର୍ଯାତନାକୁ ନେଇ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର କାନପୁରରେ ଜଣେ ୧୪ ବର୍ଷୀୟ ନାବାଳିକା ଗଣ ଦୁଷ୍କର୍ମରେ ଶିକାର ହୋଇଛନ୍ତି। ନାବାଳିକା ଜଣକ ନିଜ ଘର ବାହାରେ ପାଳିତ ପଶୁଙ୍କୁ ଖାଇବାକୁ ଦେଉଥିଲା ବେଳେ ଦୁଇ ଭାଇ ଆସି ତାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ କହିବା ଅନୁଯାୟୀ  ଦୁଇ ଭାଇ ଚୁଟକାନ୍‌ ଏବଂ ବଡକାନ୍ ସମ୍ପୃକ୍ତ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିଛନ୍ତି। ପୀଡ଼ିତାଙ୍କ ପରିବାର ତରଫରୁ ଏନେଇ ମାମଲା ରୁଜୁ ହୋଇଛି।

ନାବାଳିକା ଜଣକ ବହୁ ସମୟ ଧରି ନିଖୋଜ ରହିବା ପରେ ପରିବାର ଳୋକେ ଖୋଜାଖୋଜି କରିଥିଲେ। ସମଗ୍ର ଗାଁ ଳୋକେ ନାବାଳିକାକୁ ଖୋଜିବାରେ ଲାଗି ପଡ଼ିଥିଲେ।  କିନ୍ତୁ ତାର ପତ୍ତା ମିଳି ନଥିଲା। ତେବେ କେହି ଜଣେ ସମ୍ପର୍କୀୟ ନାବାଳିକା ଜଣକ ହାତଗୋଡ଼ ବନ୍ଧା ଅବସ୍ଥାରେ ଏକ ବସ୍‌ରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଖବର ଦେଇଥିଲେ । ମୁହଁରେ କପଡ଼ା ବିଣ୍ଡା ମଧ୍ୟ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ କରିଥିଲା। ସେହିପରି ନାବାଳିକାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯିବା ସହ ତାଙ୍କର ମେଡିକାଲ ପରୀକ୍ଷା ମଧ୍ୟ କରାଯାଇଛି।  ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଛନ୍ତି। କାନପୁର ଡେରାପୁର ପୁଲିସ ଅଧିକାରୀ ଶିଭ ଠାକୁର କରିଛନ୍ତି ଯେ, ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

Spread the love