ଶୋଇବାକୁ ଯିବା ପୂର୍ବରୁ ଦୀପିକାଙ୍କ ରହିଛି ଏଭଳି ଅଭ୍ୟାସ

ନୂଆଦିଲ୍ଲୀ: ବଲିଉଡରେ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଦୀପିକା ପାଦୁକୋନ ହେଉଛନ୍ତି ଜଣେ। ଦୀପିକା ଯେତେଥର ବି ସାକ୍ଷାତକାର ଦେଇଛନ୍ତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୋଲାଖୋଲି ଆଲୋଚନା କରିଥାଆନ୍ତି। ଦୀପିକାଙ୍କ ଏହି ଗୁଣକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ କରିଥାଆନ୍ତି।

ନିକଟ‌ରେ ହୋଇଥିବା ଏକ ସାକ୍ଷାତକାରେ ଦୀପିକା ଶୋଇବା ପୂର୍ବରୁ କ’ଣ କରିଥାଆନ୍ତି ବା ତାଙ୍କ ଅଭ୍ୟାସ କ’ଣ ରହିଛି ସେ ବିଷୟରେ ଖୋଲାଖୋଲି ଭାବେ ସମସ୍ତଙ୍କ ସହିତ ସେ ସେୟାର କରିଛନ୍ତି। ଦୀପିକା କହିଛନ୍ତି, ‘‌ଶୋଇବାକୁ ଯିବା ପୂର୍ବରୁ ମୁଁ ମୋ ତ୍ବଚାର ଅଧିକ ଯତ୍ନ ନେଇଥାଏ। ଯେତେ କ୍ଲାନ୍ତ ଲାଗିଲେ ବି ମୁହଁରୁ ମେକଅପ ଛଡ଼ାଇଥାଏ। ମୁଁ ନିଜେ ମୋ ମେକଅପ ଛଡ଼ାଏ। ଏଥିପାଇଁ କାହାର ସାହାଯ୍ୟ ନେବାକୁ ମୋ‌ତେ ଭଲ ଲାଗି ନଥାଏ।

ମେକଅପ ଛଡ଼ାଇବା ପରେ ନାଇଟ କ୍ରିମ ଲଗାଇଥାଏ। ଏହାପରେ ୫ମିନିଟ ଧ୍ୟାନରେ ବସିଥାଏ। ତା’ପରେ ଶୋଇବାକୁ ଯାଇଥାଏ। ଶୋଇବା ସମୟରେ ଆଦୌ ଫୋନର ବ୍ୟବହାର କରି ନଥାଏ। ଫୋନ ଧରିଲେ ମୋତେ ରାତିରେ ଭଲନିଦ ହୋଇ ନଥାଏ ଫଳରେ ଶୋଇବାରେ ବିଳମ୍ବ ହୋଇଥ‌ାଏ।

ରାତିରେ ଶୋଇବା ପୂର୍ବରୁ ସକାଳୁ ଉଠିଲେ କ’ଣ କରିବାକୁ ହେବ ସେନେଇ ତାଲିକା ପ୍ରସ୍ତୁତ କରି ଦେଇଥାଏ। ଯଦ୍ବାରା ସବୁକାମ ଠିକ ଭାବେ ହୋଇପାରି ଥାଏ। ଏଥିପାଇଁ ମୋତେ ବିଚଳିତ ହେବାକୁ ପଡ଼ି ନଥାଏ କି କ୍’ଣ କରିବାକୁ ହେବ ଆଉ କ’ଣ ନକରିବାକୁ ହେବ।

Spread the love