ବିଛା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜାଣନ୍ତୁ କ’ଣ ସବୁ ପଡିବ ପ୍ରଭାବ

ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାନ୍ତି, ତେଣୁ ଯେଉଁ ରାଶିରେ ଗୋଚର ହୁଅନ୍ତି, ସେମାନଙ୍କୁ ସଫଳତା, ସ୍ୱାସ୍ଥ୍ୟ ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଥାନ୍ତି। ସୂର୍ଯ୍ୟ ଗୋଚର ଜ୍ୟୋତିଷ ଶାସ୍ତ୍ରରେ ବହୁତ ସ୍ୱତନ୍ତ୍ର। ସୂର୍ଯ୍ୟଙ୍କ ସଂପର୍କ ସଫଳତା, ମାନ ସମ୍ମାନ, ଗୁରୁ, ସରକାର ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ସହିତ ଜଡିତ ରହିଛି। ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବା ଜୀବନ ଉପରେ ବହୁତ ପ୍ରଭାବ ପକାଇବ। ଆସନ୍ତା ୧୬ ତାରିଖରୁ ସୂର୍ଯ୍ୟ ତୁଳା ରାଶିରୁ ବାହାରି ବିଛା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ରାଶି ପରିବର୍ତ୍ତନ କରିବାକୁ ସଂକ୍ରାନ୍ତି କୁହାଯାଏ। ୧୬ ତାରିଖ ବୁଧବାର ସନ୍ଧ୍ୟା ୬ଟା ୫୮ ମିନିଟରୁ ବିଛା ରାଶିରେ ପ୍ରବେଶ କରିବେ। ଯଦି କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ ନଥାଏ ତେବେ ବ୍ୟକ୍ତି ଜୀବନରେ ସଫଳତା ଓ ପ୍ରସିଦ୍ଧି ଲାଭ କରିପାରେ ନାହିଁ । ତେଣୁ ସୂର୍ଯ୍ୟଙ୍କ ମଜବୁତ ସ୍ଥିତି ବ୍ୟକ୍ତିର କାରିଅରରେ ସଫଳତା ଦେବା ସହ ବ୍ୟକ୍ତିକୁ ଉଚ୍ଚ ପଦରେ ପହଞ୍ଚାଇଥାଏ । ତେବେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କେଉଁ ରାଶି ଉପରେ କ’ଣ ପ୍ରଭାବ ପକାଇବ ତାହା ଜାଣିବା ଜରୁରୀ।

ବିଛା ରାଶି ସବୁ ରାଶିଠାରୁ ସବୁଠାରୁ ଅଧିକ ସମ୍ବେଦନଶୀଳ ରାଶି। ଯାହା ଶରୀରରେ ତାମସିକ ଉର୍ଜାକୁ ନିୟନ୍ତ୍ରଣରେ ରଖିଥାଏ।

ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିବା ଦ୍ୱାରା ଦୁର୍ଘଟଣା ବଢିବାର ସମ୍ଭାବନା ରହିଛି ।

ବିଛା ରାଶିରେ ସୂର୍ଯ୍ୟ ପ୍ରବେଶ କରିବା ଦ୍ୱାରା ଜୀବନରେ ଭଲମନ୍ଦ, ସୁଖ ଶାନ୍ତି ସବୁକିଛି ନିୟନ୍ତ୍ରଣରେ ରହିବ।

ବିଛା ରାଶି ଖଣିଜ ସମ୍ପତ୍ତି ଯେପରି ପେଟ୍ରୋଲିୟମ ତେଲ, ଗ୍ୟାସ ଏବଂ ରତ୍ନ ଆଦିର କାରକ ହୋଇଥାନ୍ତି। କିନ୍ତୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କଲେ ଏସବୁରେ କିଛି ସମସ୍ୟା ଦେଖାଦେଇପାରେ।

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଅନେକ ଲୋକଙ୍କୁ ବେଶ୍‌ କଷ୍ଟ ଦେବ।

ଛୋଟ ବ୍ୟବସାୟରେ ଏହି ସଂକ୍ରାନ୍ତି ବେଶ୍‌ ଶୁଭଫଳ ପ୍ରଦାନ କରିବ। ଏହି ଦିନ ଦାନ କଲେ ଗ୍ରହ ଦୋଷ ଦୂର ହେବ। ପିତୃଦୋଷ ଦୂର ହେବ। ଜୀବନରେ ଥିବା ସମସ୍ତ ସଂକଟ ଦୂର ହେବ। ସୁଖ ସମୃଦ୍ଧି ପ୍ରାପ୍ତି ହେବ। ଶ୍ରାଦ୍ଧ କିମ୍ବା ତର୍ପଣ କରିବା ଦ୍ୱାରା ପିତୃପୁରୁଷକୁ ମୁକ୍ତି ମିଳିବ।

Spread the love