ଅଣ୍ଡା ଚୋପାର ଉପକାରୀ ଗୁଣ

ଅଣ୍ଡାର ଚୋପା ଆମ ଦୈନଦିନ ଜୀବନରେ ଅନେକ କାମରେ ଆସିଥାଏ ।  କିନ୍ତୁ ଏହାକୁ ଆମେ ଫୋପାଡ଼ି ଦେଉ।ଏହାର ଉପକାରୀ ଗୁଣକୁ ଖୁବ କମ୍ ଲୋକ ଜାଣିଥାନ୍ତି । ତେବେ ଚାଲନ୍ତୁ ଜାଣିବା ଅଣ୍ଡା ଚୋପା କେତେ ଉପକାରୀ-

ଅଧିକ ଅସନା ଓ କଳା ହୋଇଯାଇଥିବା ବାସନକୁ ଅଣ୍ଡା ଚୋପା ଦ୍ୱାରା ଖୁବ୍ ସହଜରେ ସଫା କରାଯାଇପାରିବ।

ଆପଣ ଯେକୌଣସି ବାସନ ମଜା ଲିକୁଇଡ ବ୍ୟବହାର କରୁଛନ୍ତି ତେବେ ସେଥିରେ କିଛି ପରିମାଣରେ ଅଣ୍ଡା ଚୋପା ଗୁଣ୍ଡ କରି ପକାନ୍ତୁ ଏବଂ ଭଲ ଭାବରେ ମିଶାଇ ନିଅନ୍ତୁ । ଏହି ମିଶ୍ରଣରେ ଆପଣ ତେଲଯୁକ୍ତ ଓ କଳା ବାସନକୁ ମାଜିବା ଦ୍ୱାରା ସଫା ହୋଇଯାଇଥାଏ ।

ଅଣ୍ଡା ଚୋପାର ବ୍ୟବହାର  ଦ୍ଵାରା ତ୍ଵଚା ସହିତ ଯୋଡି ହୋଇଥିବା ସମସ୍ୟା  ମଧ୍ୟ  ଦୂର କରାଯାଇପାରିବ। ବିଶେଷଜ୍ଞ ମାନଙ୍କ ମତରେ ଅଣ୍ଡା ଚୋପା ତ୍ଵଚାରେ ବ୍ୟବହାର କରିବା ଦ୍ଵାରା ତ୍ଵଚାରେ ଚମକ ଆସିଥାଏ ।

ପ୍ରଥମେ ଅଣ୍ଡା ଚୋପାକୁ ଖରାରେ ଭଲରେ ଶୁଖାଇ ଦିଅନ୍ତୁ ଏବଂ ଭଲରେ ଗୁଣ୍ଡକରି ନିଅନ୍ତୁ । ତାପରେ ଏଥିରେ କିଛି ଭିନେଗାର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହି ପେଷ୍ଟକୁ ତ୍ୱଚାରେ ଲଗାଇବା ଦ୍ୱାରା ତ୍ଵଚାର ବିଭିନ୍ନ ସମସ୍ୟା ଦୂର ହୋଇଯାଏ ।

ଅସନା ଲୁଗାପଟାକୁ ସଫା କରିବା ପାଇଁ ଅଣ୍ଡା ଚୋପାର ବ୍ୟବହାର କରାଯାଇଥାଏ । ଲୁଗାର ଚମକ ବଢ଼ାଇବାରେ ଅଣ୍ଡା ଚୋପା ସାହାଯ୍ୟ କରିଥାଏ ।

ଗୋଟିଏ ବାଲ୍ଟିରେ କିଛି ଅଣ୍ଡା ଚୋପାର ଗୁଣ୍ଡ ନେଇ ପକାନ୍ତୁ ,ପରେ ଏଥିରେ ପାଣି ଢ଼ାଳନ୍ତୁ ,ଏହାର ଚମକ ପାଇଁ ଲୁଗାକୁ ରାତିସାରା ସେହି ପାଣିରେ ବୁଡାଇ ରଖନ୍ତୁ । ସକାଳୁ ସେହି ଲୁଗାକୁ ସଫା କାରଣରୁ ଦେଖିବେ ଲୁଗାପଟାର ଚମକ ବଢିଯିବ ।

ଅଣ୍ଡା ଚୋପାକୁ ପରିବାପତ୍ର ନିକଟରେ ଓ ଅନ୍ୟ ଶସ୍ୟ ଜାତୀୟ ନିକଟରେ ରଖିବା ଦ୍ୱାରା ପୋକ ହୋଇନଥାଏ ।

ଘରୁ ଝିଟିପିଟିକୁ ଭଗେଇବା ପାଇଁ ଅଣ୍ଡା ଚୋପାର ବ୍ୟବହାର କରାଯାଏ । ଯେଉଁ ସ୍ଥାନରେ ଝିଟିପିଟି ହେଉଛନ୍ତି ସେହି ସ୍ଥାନରେ ଅଣ୍ଡା ଚୋପା ଗୁଣ୍ଡ ଛିଞ୍ଚିବା ଦ୍ୱାରା ଝିଟିପିଟି ଦୂରେଇ ଯାଇ ଥାଆନ୍ତି ।

Spread the love