ଗାଁରେ ପଶିଲେ ୮ ସିଂହ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶିଲେ ଏକାବେଳକେ ୮ ସିଂହ । ଗୁଜୁରାଟ ରାମପୁର ଗାଁରେ ରାତିରେ ୮ଟି ସିଂହ ଗାଁ ଭିତରକୁ ପଶିଆସିବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି । ଘରୁ କେହି ବି ବାହାରୁନଥିବା ଜଣାପଡିଛି । ୮ଟି ଯାକ ସିଂହ ରାତିରେ ଗାଁରେ ପଶି ପଳାଇଥିବାବେଳେ ଲୋକଙ୍କ ମନରୁ କିନ୍ତୁ ଭୟ ଯାଉନି । କୌଣସି ସ୍ଥାନରେ ସିଂହ ଲୁଚି ରହି ଆକ୍ରମଣ କରିବା ଭୟରେ ଏଠାରେ ଜନଜୀବନ ପ୍ରଭାବିତ ହୋଇଛି । ଯଦିଓ ସିଂ କୌଣସି ମଣିଷ ବା ପଶୁ ଉପରେ ଆକ୍ରମଣ କରିଥିବା ସୂଚନା ନାହିଁ ତଥାପି ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Spread the love