ଚାଲିଗଲା ସାନ ଭାଇର ଜୀବନ, ଅଟକିଲା ବଡ଼ ଭାଇର ବାହାଘର

ସୋର : ଚାଲିଗଲା ସାନ ଭାଇର ଜୀବନ, ଅଟକିଲା ବଡ଼ ଭାଇର ବାହାଘର। ସୋର ଥାନା ବର୍ତ୍ତନା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ରାତି ପାହିଲେ ବରକୁ ନେଇ କନ୍ୟାଘରକୁ ବାହାରିଥାନ୍ତେ ବରଯାତ୍ରୀ। ବର୍ତ୍ତନା ଗାଁର ବୈଦ୍ୟନାଥ ରଣାଙ୍କ ବଡପୁଅ ପୁଅ ଭରତ ରଣାଙ୍କ ସୋର କୁଶଲେଶ୍ୱର ଶିବ ମନ୍ଦିରରେ ବିବାହ ଥିଲା। ସବୁ ସାଜସଜ୍ଜା ସରିଥିଲା। ଭୋଜି ଭାତ ଓ ହସଖୁସିରେ ଘର ପରିବେଶ ଫାଟି ପଡୁଥିଲା। ହେଲେ ହତାଠ୍‌ ମାଡ଼ି ଆସିଲା ଦୁଃଖ। ବାହାଘର ପାଇଁ ଭରତଙ୍କ ସାନ ଭାଇ ବସନ୍ତ ଖନ୍ତାପଡl ଦହିପୁର ଗାଁରୁ ମାଉସୀ ଓ ୨ବର୍ଷର ଝିଅକୁ ନେଇ ବାଇକ୍‌ରେ ଆସୁଥିଲେ। ୧୬ନମ୍ବର ଜାତୀୟ ରାଜପଥ ବାହାନଗା ଭେନସ ଇଂଜିନିୟରିଙ୍ଗ କଲେଜ ନିକଟରେ ଭାରସାମ୍ୟ ହରାଇ ଏକ ଖାତକୁ ଖସିପଡିଥିଲା ବାଇକ। ସେଠାରୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବରର ମାଉସୀ ଓ ତାଙ୍କ ଝିଅ। ସାନ ଭାଇର ମୃତ୍ୟୁ ପରେ ବଡ଼ ଭାର ବାହାଘର ଅଟକି ଯାଇଛି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Spread the love