5t ସଚିବଙ୍କ ପାଦ ତଳେ ପଡି ନେହୁରା ହେଲେ ବୟସ୍କ ଦମ୍ପତି

ବିଭିନ୍ନ ସମୟରେ ପୁରୀ ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥାନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ଏଥି ପାଇଁ ପ୍ରାୟ ସମୟରେ ସେ ପୁରୀ ଗସ୍ତ କରିଥାନ୍ତି। ଠିକ୍ ସେହିପରି ଆଜି ମଧ୍ଯ ପୁରୀ ଆସିଥିଲେ 5T ସଚିବ। ହେଲେ ଏହି ସମୟରେ କିଛି ଏମିତି ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଭିକେ ପାଣ୍ଡିଆନଙ୍କ ବ୍ଯବହାରକୁ ଦେଖି ଖୁବ୍ ଖୁସି ହୋଇଥିଲେ ।

ଆଜି ପୁରୀ ଗସ୍ତରେ ଆସିଥିବା ବେଳେ 5t ସଚିବ ଭିକେ ପାଣ୍ଡିଆନଙ୍କ ପାଦତଳେ ପଡିଗଲେ ଜଣେ ମହିଳା ଓ ତାଙ୍କ ସ୍ୱାମୀ। ନେହୁରା ହେଲେ ଗୁହାରୀ କଲେ। ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଉଛି 5tସଚିବ ସେମାନଙ୍କୁ ଆଡେଇବା ପରିବର୍ତ୍ତେ ସ୍ନେହଭରା କଣ୍ଠରେ ପାଖକୁ ଡାକିଲେ ଆଉ ତାଙ୍କ ହାତରୁ କେଇପଦ ଲେଖାଥିବା ଦରଖାସ୍ତଟିକୁ ନେଇଗଲେ। କେବଳ ସେତିକି ନୁହେଁ ଭଲକରି ପଢିବା ସହ ଜିଲ୍ଲାପାଳଙ୍କ ହାତକୁ ବଢାଇଦେଲେ। ଜିଲ୍ଲାପାଳ ମଧ୍ୟ ଏହାକୁ ଅତି ଗମ୍ଭିରତାର ସହ ଦେଖିବାର ପ୍ରତିଶ୍ରୁତି ଦେଲେ।

ତେବେ ଏମାନେ ହେଉଛନ୍ତି ପୁରୀ ଜିଲ୍ଲା ବାଟଗାଁ ଅଞ୍ଚଳର ବାସିନ୍ଦା। ସେମାନଙ୍କ କହିବା କଥା ହେଉଛି ୨୦୧୯ ମସିହା ଫନି ମହାବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଯାହାକୁ ଗୁହାରୀ କଲେ ବି ଆବାସଟିଏ ମିଳିଲା ନାହିଁ। କୋଡିଏ ହଜାର ହାତଗୁଞ୍ଜା ଦେଇବି ଫଳ ମିଳିଲା ନାହିଁ। ଆଂଶିକ କ୍ଷୟକ୍ଷତି ଦର୍ଶାଇ ଅଳ୍ପକିଛି ସହାୟତା ଦେଇଥିଲେ।

ହେଲେ ଆଜି ଆବାସ ଗୃହଟିଏ ପାଇଁ 5t ସଚିବଙ୍କ ପାଖକୁ ଆସିଥିଲେ। ଆଶା କରିଛନ୍ତି ସେ କେବଳ ଚାହିଁଲେ ନ୍ଯାୟ ଦେବେ । ଏହି ଆଶାରେ ଶ୍ରୀମନ୍ଦିର ପାଖରେ ରହିଥିଲେ। ସଚିବ ଆସିବା କ୍ଷଣି ତାଙ୍କୁ ଗୁହାରୀ ଜଣାଇଥିଲେ। ତେବେ ଦେଖାଯାଉ ଏହି ବୟସ୍କ ସ୍ୱାମୀ ସ୍ତ୍ରୀଙ୍କ ଗୁହାରୀ କେବେ ଶୁଣୁଛନ୍ତି ସରକାର। କେବେ ଏମାନଙ୍କ ଦୁଃଖ ବୁଝି ବଢାଉଛି ସହାୟତା ହାତ।

Spread the love