ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଯୁବ ବିଜେଡିର ପ୍ରସ୍ତୁତି

ଭୁବନେଶ୍ବର ୨୪।୧୦: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର। ଆସନ୍ତା ୨୬ ତାରିଖରେ ରାଜ୍ୟସ୍ତରୀୟ ଯୁବ ବିଜୁ ଜନତା ଦଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ।

ସେହିପରି ୨୭ ତାରିଖରେ ରାଜ୍ୟସ୍ତରୀୟ ଛାତ୍ର ବିଜୁ ଜନତା ଦଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ଭର୍ଚ୍ଯୁଲ ମଧ୍ୟମରେ ସାମିଲ ହେବେ । ଏହି ପ୍ରଶିକ୍ଷଣ ଶିବିରରେ ଦଳର ସାଙ୍ଗଠନିକ ରଣନୀତି , ଲୋକଙ୍କ ସହ ଯୋଡ଼ିହେବ ପାଇଁ ଦିଆଯିବ ଗୁରୁମନ୍ତ୍ର। କରୋନା ମହାମାରୀ ସମୟରେ ଯୁବ ଓ ଛାତ୍ର ଜନତା ଦଳ କରିଥିବା ସାମାଜିକ କାର୍ଯ୍ୟକ୍ରମକୁ ଅଧିକ ଅଧିକ କରାଯିବ ସେ ନେଇ ଆଲୋକଚନା ହେବ। ବ୍ୟୋମକେଶ ରାୟ, ସଭାପତି, ବିଜୁଜନତା ଦଳ ଏବଂ ପ୍ରଣବ ବଲବନ୍ତ ରାୟ ସୂଚନା ଦେଇଛନ୍ତି।

Spread the love