ରାଜ୍ୟର ୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ

ଏଥର ରାଜ୍ୟର ୬ ହଜାର ୭୯୪ ପଞ୍ଚାୟତରେ ହେବ ନିର୍ବାଚନ । ଆସନ୍ତା ନିର୍ବାଚନରେ ଅଧାରୁ ଅଧିକ ସରପଞ୍ଚ ପଦବୀରେ ମହିଳା ନିର୍ବାଚିତ ହେବେ। ୬ହଜାର ୭୯୪ ସରପଞ୍ଚ ପଦ ମଧ୍ୟରୁ ୩ହଜାର ୫୦୦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିରେ ପଛୁଆ ବର୍ଗ ମହିଳାଙ୍କ ପାଇଁ ୪୨୯ଟି ଆସନ ସଂରକ୍ଷିତ ରଖାଯାଇଥିବାବେଳେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୩୭୬ଟି ଆସନ ଏବଂ ୧୧୭୦ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
୩୪୯ଟି ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ୧୨୮୨ଟି ସରପଞ୍ଚ ଆସନ ଅସଂରକ୍ଷିତ ରଖାଯାଇଥିବା କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୯୧ହଜାର ୯୧୬ୱାର୍ଡରୁ ୪୯ହଜାର ୪୬୯ ମହିଳା ୱାର୍ଡମେମ୍ବର , ୬ହଜାର ୭୯୩ ସମିତି ସଭ୍ୟ ପଦରୁ ୩ହଜାର ୫୩୮ରେ ମହିଳା ରହିଛନ୍ତି। ଏଥର ୭ଟି ପଞ୍ଚାୟତ ଏନଏସିରେ ମିଶି ଯାଇଛି । ସେହି ପଞ୍ଚାୟତ ଗୁଡ଼ିକରେ ନିର୍ବାଚନ ହେବ ନାହିଁ । ୧୧୧ଟି ୱାର୍ଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ନାହିଁ । ସମୁଦାୟ ୯୧ ହଜାର ୯୧୬ ୱାର୍ଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।

Spread the love