ପୌର ନିର୍ବାଚନ ପ୍ରସ୍ତୁତି : ଜିଲ୍ଲାକୁ ପଠାଗଲା ଇଭିଏମ୍
ଭୁବନେଶ୍ବର ୧୬।୧୨: ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଗଜପତିକୁ ଗଲା ଇଭିଏମ୍ । ଆଜି ସୁଦ୍ଧା ମୋଟ୍ ୩ ହଜାର ୨୫ ଇଭିଏମ୍ ପଠାଯିବ । ଜାନୁଆରୀ ଶେଷ ସୁଦ୍ଧା ସବୁ ଜିଲ୍ଲାକୁ ୮ ହଜାରରୁ ଅଧିକ ଇଭିଏମ୍ ପଠାଯିବ । ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସୁରକ୍ଷାର ସହିତ ଇଭିଏମ୍ ଗ୍ରହଣ କରୁଛନ୍ତି ।
ରାଜ୍ୟର ୧୦୫ଟି ପୌରାଞ୍ଚଳ ସହିତ ୩ ମହାନଗର ନିଗମରେ ହେବ ମତଦାନ । କଟକ, ଭୁବନେଶ୍ବର, ବ୍ରହ୍ମପୁରର ମହାନଗର ନିଗମରେ ହେବ ନିର୍ବାଚନ । ପାଖାପାଖି ୪୭ଲକ୍ଷ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ନିର୍ବାଚନ ।