ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ରହିବନି, ତେଜିଲା ରାଜନୀତି

ଭୁବନେଶ୍ଵର ୨୩।୧୨: ଓବିସି  ସଂରକ୍ଷଣ ନିଷ୍ପତ୍ତି ପ୍ରତ୍ୟାହାର ପରେ ତେଜିଲା ରାଜ୍ୟ ରାଜନୀତି ।  ଓବିସି ଜନଗଣନା ହୋଇନଥିଲେ ସଂରକ୍ଷଣ ଆବଶ୍ୟକତା ନାହିଁ ବୋଲି କୋର୍ଟ କହିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ବଢିଛି । ସରକାର ଠିକ ସମୟରେ ଓବିସି ଗଣନା ନକରି ଜାଣିଶୁଣି ସଂରକ୍ଷଣ କଥା କହି ଠକିଛନ୍ତି ବୋଲି କହିଛନ୍ତି ବିରୋଧୀ । ସେପଟେ ମନ୍ତ୍ରୀ କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପଞ୍ଚାୟତ ଭୋଟରେ ସଂରକ୍ଷଣ ରହିବନି ।

ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ରହିବନି । ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିରେ ଓବିସିଙ୍କ ପାଇଁ ଥିବା ସଂରକ୍ଷଣ ସିଟ ସାଧାରଣ ବର୍ଗଙ୍କ ପାଇଁ ରହିବ । ସାନି ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟସରକାର।  ହାଇକୋର୍ଟ ଏହା ସ୍ପଷ୍ଟ କରିଦେବା ପରେ ଆଜି  ଏନେଇ ରାଜନୀତି ଜୋର ଧରିଛି।  । ଦାନା ବାନ୍ଧିଛି ଓବିସି ପଲିଟିକ୍ସ । ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଚିତ୍ର ବି ବଦଳିବାକୁ ଯାଉଛି। ଓ ବିସିଙ୍କ ପାଇଁ ଦିଆଯଇଥିବା ୧୨ ପ୍ରତିଶତ ସଂରକ୍ଷଣ ରହିବନି ବରଂ ଓବିସି ବର୍ଗ ସାଧାରଣ ବର୍ଗ ଅନ୍ତର୍ଗତ ରହି ବିଚାର କରାଯିବ। ପଞ୍ଚାୟତ ରାଜମନ୍ତ୍ରୀ କହିଛନ୍ତି କୋର୍ଟଙ୍କ ନିର୍ଦେଶ ଅନୁସାରେ ସଂରକ୍ଷଣ ରହିବ । କିନ୍ତୁ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ ଦଳ ଅଧିକରୁ ଅଧିକ ଓ ବି ସି ପ୍ରାର୍ଥୀ ଦେବ।

ସେପଟେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।  ବିଜେପି କହିଛି ସରକାର ବିଳମ୍ବରେ ରାଜ୍ୟରେ ଓବିସି କମିଶନ କଲେ । ପଛୁଆ ବର୍ଗ ଗଣନା କରିବେ ବୋଲି କହି କେଲେନାହିଁ । ସବୁ ପ୍ରକ୍ରିୟା ନସାରି ସରକାର ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ କଥା ଉଠାଇଥିଲେ। ସେମାନଙ୍କ ସ୍ବାର୍ଥକୁ  ଉପେକ୍ଷା କରାଯାଇଥିବାରୁ  କୋର୍ଟ ହସ୍ତକ୍ଷେପ କରିଛନ୍ତି । ଏହି ମାମଲାରେ କଂଗ୍ରେସ ଓବିସି ସେଲ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାୟର କରାଯିବ ବୋଲି କହିଛି । ସେପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ରାଜ୍ୟ ସରକାର ଓବିସି ବର୍ଗଙ୍କୁ ଅଣଦେଖା କରୁଛନ୍ତି ତାହା ବିପକ୍ଷରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ। ସେପଟେ ବିଜେଡି କହିଛି ପଛୁଆ ବର୍ଗଙ୍କ ସହିତ ଦଳ ସବୁବେଳେ ରହିଛି।

ଜାତି ଆଧାରରେ ଭୋଟ କେବେ ଓଡିଶା ରାଜନୀତିକୁ ପ୍ରଭାବିତ କରିବା ନଜିର ପୂର୍ବରୁ ଦେଖିବାକୁ ମିଳିନି ସତ । ହେଲେ ଏବେ ପଛୁଆ ବର୍ଗ ପଲିଟିକ୍ସ ଯୋର ଧରିଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ କେହି ଏହି ପ୍ରସଙ୍ଗକୁ ଛାଡିବାକୁ ଚାହୁଁ ନାହାନ୍ତି ।

Spread the love