ପଞ୍ଚାୟତ ନିର୍ବାଚନ ନେଇ ଗେଜେଟ୍‌ ବିଜ୍ଞପ୍ତି, ଭୁଲ୍‌ ତଥ୍ୟ ଦେଇଥିଲେ ୬ମାସ ଜେଲ୍‌

ଭୁବନେଶ୍ୱର ୨୫।୧୨: ପଞ୍ଚାୟତ ନିର୍ବାଚନ ନେଇ ଗେଜେଟ୍‌ ବିଜ୍ଞପ୍ତି । ଆଇନ ବିଭାଗ ପକ୍ଷରୁ ପ୍ରକାଶ ହେଲା ଗେଜେଟ୍ ବିଜ୍ଞପ୍ତି । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି ଜଣାପଡିଛି ।

ତେବେ ବିଜ୍ଞପ୍ତି ଅନୁସାରେ , ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ । ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବା ବାଧ୍ୟତାମୂଳକ । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଏହି ତଥ୍ୟ ଦାଖଲ କରିବେ । ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ନିୟମ ଲାଗୁ ହେବ । ଏନେଇ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କଲା ଆଇନ ବିଭାଗ । ଏହାଦ୍ୱାରା ଓଡ଼ିଶା ପଞ୍ଚାୟତ ଆଇନର ସଂଶୋଧନ କରାଯିବ ।

Spread the love