ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ବଡପୋଖରୀଆ ପଞ୍ଚାୟତ । ଭୋଟର ସଂଖ୍ୟା ୬ହଜାର ୫୪୦  ।  ୧୪ ଟି ଓ୍ୱାର୍ଡକୁ ନେଇ ଗଠିତ ହୋଇଛି ବଡପୋଖରୀଆ ପଞ୍ଚାୟତ । ଗଣ୍ଡଗୋଳ-ମାରପିଟ୍ ଠାରୁ ଆରମ୍ଭ କରି ସଦା-ସର୍ବଦା ଏଠି ନିର୍ବାଚନୀ ହିଂସା ଦେଖା ଦେଇଥାଏ । ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତେ ଏହି ବଡପୋଖରୀଆ ପଞ୍ଚାୟତ ରାଜନୀତିକୁ ଟେନସନ୍ । ରାଜନୈତିକ ଗଣ୍ଡଗୋଳରେ ଏଠି ମୁଣ୍ଡ ଗଡିଥାଏ । ହେଲେ ଏଥର ଆଉ ସେ ଘଟଣା ଦେଖିବା ପାଇଁ ପଡିବନି । ସ୍ଥାନୀୟ ସମାଜସେବୀ ସଚ୍ଚିନ୍ ବଳିଆରସିଂ , ସ୍ଥାନୀୟ ସରପଞ୍ଚ ସାଗର ବଳିଆରସିଂ , ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ସ୍ଥାନୀୟ କିଛି ସମାଜସେବୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ମାନସ ମନ୍ଥନ ।

ବିବାଦର ପଡିବ ପୂର୍ଣ୍ଣଛେଦ । ଗାଁରେ ହେବନାହିଁ ଇଲେକସନ୍ । କେବଳ ସିଲେକସନରେ ଚାଲିବ ଗାଁ ରାଜନୀତି । ଗାଁର ହେବ ବିକାଶ , ଗାଁ ସାଜିବ ଉଦାହରଣ , ସବୁଠି ହେବ ଚର୍ଚ୍ଚା ଆଉ ଚର୍ଚ୍ଚା  ।  ଆଦର୍ଶ ପଞ୍ଚାୟତ କରିବା ପାଇଁ ଗ୍ରାମର ସମସ୍ତ ଜନସାଧାରଣ ନିଷ୍ପତ୍ତି ନେଅଛନ୍ତି । ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇଛନ୍ତି । ଗ୍ରାମରେ ପ୍ରତିଦ୍ୱନ୍ଦ୍ୱିତା ହେବନାହିଁ, ତେଣୁ ଗ୍ରାମ କମିଟି ନିଷ୍ପତ୍ତି ଅନୁସାରେ ଗ୍ରାମର ସରପଞ୍ଚ, ସମିତି , ଓ୍ୱାର୍ଡ ମେମ୍ବର ମଧ୍ୟ ଚୟନ ହେଲେ । ସେହି ଅନୁସାରେ ଚୟନ ହୋଇଥିବା ବ୍ୟକ୍ତି ବିଶେଷମାନେ ହିଁ ପାର୍ଥୀ ପାର୍ଥିନୀ ଭାବେ ପାର୍ଥୀପତ୍ର ଦାଖଲ କରିଛନ୍ତି । ପଞ୍ଚାୟତର ସମସ୍ତ ପ୍ରତିନିଧି ଅପ୍ରତିଦ୍ୱନ୍ଦ୍ନୀ ଭାବେ ନିର୍ବାଚିତ ହୋଇଛନ୍ତି । ଯାହାକି ଖୋର୍ଦ୍ଧା ଜିଲ୍ଲା ଏବଂ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବଡପୋଖରୀଆ ଗାଁରେ ସର୍ବଦା ନିର୍ବାଚନୀ ହିଂସା ଦେଖା ଦେଇଥାଏ । ହେଲେ ଏଥର କିନ୍ତୁ ଓଲଟା ହେଲା । ଗାଁ ଲୋକେ ଏଭଳି ନିଷ୍ପତ୍ତି ନେଲେ ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ଗାଁରେ ହେଲାନାହିଁ ଇଲେକସନ୍ । କେବଳ ସିଲେକସନ୍ ନେତା ଚୟନ କରାଯାଇଛି । ଏହି ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ପାଇଁ ଅନେକ ମତ ଦେଉଛନ୍ତି ।

Spread the love