ପଞ୍ଚାୟତ ନିର୍ବାଚନ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି, ୫ ଶହରୁ ଅଧିକ ଲୋକଙ୍କୁ ଦିଆଗଲାଣି ନୋଟିସ

ପୁରୀ, ୨୫/୦୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଦିନଠାରୁ ଜିଲ୍ଲାରେ ୧୫୦ଟି ଅବକାରୀ ମାମଲା ରୁଜୁ କରାଯାଇଛି। ୫୦୦ରୁ ଅଧିକ ଲୋକଙ୍କୁ ସିଆରପିସିର ୧୦୭ ଧାରାରେ ନୋଟିସ ଜାରି କରାଯାଇଛି। ସେହିପରି ୨୫୦ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଗତକାଲି ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର, ଆଇଆଇସି ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବୈଠକ କରାଯିବ। ସେହିପରି ଅବାଧ ଓ ନିରେପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।

Spread the love