ମନ ମୋହୁଛି କୁନି ପ୍ରଚାରକଙ୍କ ପ୍ରଚାର

ଭଦ୍ରକ: ନିର୍ବାଚନ ବୈତରଣୀ ପାରି ହେବା ପାଇଁ ପ୍ରାର୍ଥୀ ମାନେ ବିଭିନ୍ନ ମାଧ୍ୟମକୁ ଆପଣାଇଛନ୍ତି। ପୋଷ୍ଟର, ବ୍ୟାନର, ପୁସିଂକାର୍ଡ଼ ସହ ସୋସିଆଲ ମିଡିଆ ମାଧ୍ୟମରେ ନିଜ ସପକ୍ଷରେ ଭୋଟ ପାଇଁ ପ୍ରଚାର କରୁଛନ୍ତି। ଆଉ କିଛି ପ୍ରାର୍ଥୀ ଓଡ଼ିଆ, ହିନ୍ଦୀ, ସମ୍ବଲପୁରୀ ଭାଷାର ହିଟ୍ ଗୀତ ସ୍ତରକୁ ପ୍ରାର୍ଥୀ ଓ ଚିହ୍ନକୁ ଯୋଡ଼ି ପ୍ରଚାର କରୁଛନ୍ତି । ମାତ୍ର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧୀନ ଆଗରପଡ଼ା ୧୪ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଚାରିଗାଁ ପଞ୍ଚୟତରେ ପ୍ରଚାର କରୁଛନ୍ତି ଜଣେ କୁନି ଝିଅ | ଚକ୍ରାପାଢୀ ଗାଁର ପ୍ରତାପ କୁଣ୍ଡୁ ଓ ଲକ୍ଷ୍ମୀଙ୍କ ଝିଅ ସଂଗୀତା । ସେ ଅଙ୍ଗନବାଡ଼ିରେ ପଢ଼ୁଛନ୍ତି । ମାତ୍ର ୪ ବର୍ଷ ବୟସର ହୋଇଥିଲେ ସୁଦ୍ଧା ଅଭିଜ୍ଞ ରାଜନେତାଙ୍କ ପରି ସ୍ଥାନୀୟ ସରପଞ୍ଚ ପ୍ରାର୍ଥନୀ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି। ପ୍ରଚାର ବେଳେ କାଳେ ଝିଅଟି ଥକି ପଡ଼ିବ, ସେଥ୍‌ପାଇଁ କେହି କାଖେଇବା କିମ୍ବା ବାଇକ୍‌ରେ ବସିବାକୁ କହିଲେ ସେ ସିଧାସିଧା ମନା କରି ଚାଲି ଚାଲି ଘରକୁ ଘର ଯାଇ ପ୍ରତି ସଦସ୍ୟଙ୍କୁ ଉପରୋକ୍ତ ପ୍ରାର୍ଥୀ ହୟଙ୍କୁ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି ।

Spread the love