ପଞ୍ଚାୟତ ଲଢ଼େଇ, ପ୍ରଥମ ପର୍ଯ୍ୟାୟ ଭୋଟ : ୨୨ ହଜାର ୩୭୯ଟି ବୁଥ୍‌ରେ ଚାଲିଛି ମତଦାନ

ଭୁବନେଶ୍ୱର ୧୬।୦୨: ଆରମ୍ଭ ହୋଇଛି ପଞ୍ଚାୟତ ଭୋଟ୍ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିବ । ଭୋଟ ଦେଇ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ବାଛିବେ ଭୋଟର ।

ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକର ୧ ହଜାର୬୬୯ ଟି ପଂଚାୟତରେ ଭୋଟ ହେଉଛି । ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟ ଗ୍ରହଣ ହେଉଛି । ୨୨ ହଜାର ୩୭୯ ବୁଥରେ ମତଦାନ ଚାଲିଛି । ଏଥି ମଧ୍ୟରୁ ୩ ହଜାର ୩୫୭ ବୁଥ୍ ଉତ୍ତେଜନା ପ୍ରବଣ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୨୨୫ ପ୍ଲାଟୁନ୍ ଫୋର୍ସ ଏବଂ ୩୭ ହଜାର ୨୪୫ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମାଲକାନାଗିରିରେ ୫ଶହ ବୁଥ ସମ୍ବେଦନଶୀଳ ଥିବା ବେଳେ ସେଥିରୁ ୧୦୦ଟି ବୁଥ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ସେହିପରି କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର ଭଳି ମାଓପ୍ରବଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।

Spread the love