ମିଛ ପରିଚୟରେ ଗଣତି କେନ୍ଦ୍ରକୁ ଯାଉଥିଲେ ବିଜେପି ସମର୍ଥକ

ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି ବେଳେ କେନ୍ଦ୍ରରେ ନିଜକୁ ପ୍ରିଜାଇଡିଂ ଅଫିସର ପରିଚୟ ଦେଇ ପ୍ରବେଶ କରୁଥିବା ବେଳେ ଉଠାଇନେଲା ପୋଲିସ୍ । ସେ ବରଗଡ଼ କୃଷି ବିଭାଗ ଅଧୀନରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବାବେଳେ ଜଣେ ବିଜେପି ସମର୍ଥକ । ଏଗ୍ରିକଲଚର ଟେକ୍ନିକାଲ ମ୍ୟାନେଜର ଭାବେ କାର୍ଯ୍ୟରତ ବିଶ୍ବଜୀବନ ବସନ୍ତରା ଆଜି ଅପରାହ୍ନ ପ୍ରାୟ 4ଟାରେ ରିଆମାଳ ଭୋଟ ଗଣତି କେନ୍ଦ୍ରରେ ପଶିଥିଲେ  ।

ସେଠାରେ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇବାରୁ ସେ ନିଜକୁ ପ୍ରିଜାଇଡିଂ ଅଫିସର ବୋଲି ପରିଚୟ ଦେଇଥିଲେ । ଏଥିସହ ଦୁର୍ବ୍ୟବହାର ପ୍ରଦର୍ଶନ ମଧ୍ୟ କରିଥିଲେ । ପୋଲିସ କର୍ମଚାରୀ ମାନେ ତୁରନ୍ତ ମୋବାଇଲ ସ୍କ୍ବାଡ୍‌କୁ ସୂଚନା ଦେବା ପରେ ସ୍ବତନ୍ତ୍ର ପୋଲିସ ଅଧିକାରୀ ପହଞ୍ଚି ବିଶ୍ବଜୀବନ ବସ୍ତନ୍ତରାଙ୍କୁ ଥାନାକୁ ନେଇ ଅଟକ ରଖିଛନ୍ତି । ବିଜେପି କର୍ମୀ କେଉଁ ଉଦ୍ଦେଶ୍ୟରେ ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଥିଲେ ତାହାର କାରମ ଖୋଜୁଛି ପୋଲିସ  ।

Spread the love