ଜୁନ ୧୦ରେ ଓଡିଶାର ୩ ଆସନ ପାଇଁ ମତଦାନ

ଭୁବନେଶ୍ୱର; ରାଜ୍ୟସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଓଡିଶାର ୩ଟି ଆସନ ପାଇଁ ହେବ ନିର୍ବାଚନ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଓଡିଶା ସମେତ ୧୫ ରାଜ୍ୟର ମୋଟ ୫୭ ଆସନ ପାଇଁ ହେବ ନିର୍ବାଚନ । ଜୁନ ୨୧ରୁ ଅଗଷ୍ଟ ଏକ ତାରିଖରେ ମଧ୍ୟରେ ଏହି ସବୁ ଆସନ ଖାଲି ହେବାକୁ ଯାଉଛି।

ଜୁନ ୧୦ରେ ତିନୋଟି ଆସନ ପାଇଁ ହେବ ମତଦାନ । ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ହେବ ମତଦାନ। ଓଡ଼ିଶା ସମେତ ୧୫ଟି ରାଜ୍ୟରେ ହେବ ନିର୍ବାଚନ । ଜୁଲାଇ ୧ରେ ସରୁଛି ଓଡ଼ିଶାର ୩ ସାଂସଦଙ୍କ କାର୍ଯ୍ୟକାଳ। ଏନ.ଭାଷ୍କର ରାଓ, ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେବେ ମେ’ ୨୪ରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ମେ ୨୪ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ନାମାଙ୍କନ ଦାଖଲର ଶେଷ ତାରିଖ ମେ ୩୧ । ଜୁନ ୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଜୁନ ୩ ପ୍ରାର୍ଥୀପତ୍ର ପତ୍ୟାହାରର ଶେଷ ତାରିଖ। ଏହାପରେ ଜୁନ ୧୦ରେ ଏହି ସବୁ ଆସନ ପାଇଁ ମତଦାନ ହେବ। ଏହାପରେ ଜୁନ 10 ତାରିଖ ସଂଧ୍ୟା ୫ଟା ପରେ ଭୋଟ ଗଣନା ଆରମ୍ଭ ହେବ । ତେବେ ଜୁନ ୧୩ ତାରିଖର ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରାଯିବ

Spread the love