’ ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୨୮୦ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା

ଓଡ଼ିଶାରେ ମେ’ ୧୩ ତାରିଖରୁ ଆରମ୍ଭ ହେବ ନିର୍ବାଚନର ମତଦାନ ପ୍ରକ୍ରିୟା । ଏଥିପାଇଁ ଆଜିଠାରୁ ପ୍ରଚାର କାର୍ଯ୍ୟକ୍ରମରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ତେବେ ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସିଇଓ ସୂଚନା ଜାରି କରିଛନ୍ତି । ମେ’ ୧୩ ତାରିଖରେ ୪ଟି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏହାସହିତ ୨୮ଟି ବିଧାନସଭା ଆସନରେ ମଧ୍ୟ ମତଦାନ କରାଯିବ । ତେବେ ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୬୨ ଲକ୍ଷରୁ ଅଧିକ ଭୋଟର ମତଦାନରେ ସାମିଲ ହେବେ  ତେବେ ଏଥିମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ରହିଥିବା ବେଳେ ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ରହିଛନ୍ତି ବୋଲି ସିଇଓ ପ୍ରକାଶ କରିଛନ୍ତି । ତେବେ ପ୍ରାୟ ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଏଥର ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ଯାଉଛନ୍ତି । ଏହାବ୍ୟତୀତ ୨୦-୨୯ ବର୍ଷ ବୟସ ମଧ୍ୟରେ ରହିଛନ୍ତି ୧୪ ଲକ୍ଷରୁ ଅଧିକ ଭୋଟର । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସଂସଦୀୟ କ୍ଷେତ୍ର ପାଇଁ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ । ତେବେ ୨୭ଟି ବିଧାନସଭା ଆସନ ପାଇଁ ୨୪୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି । ଏହି ମତଦାନ ପ୍ରକ୍ରିୟାରେ ୬୦% ବୁଥରେ ମତଦାନର ଲାଇଭ ଷ୍ଟ୍ରିମିଙ୍ଗ କରାଯିବ ବୋଲି କୁହାଯାଇଛି ।

Spread the love