ପିପିଲି ଉପ-ନିର୍ବାଚନ ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲେ ବିଜେଡି ଏବଂ କଂଗ୍ରେସ

ଭୁବନେଶ୍ୱର, ୧୫/୦୯: ପିପିଲି ଉପ-ନିର୍ବାଚନ ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଛି ବିଜେଡି । ଷ୍ଟାର ପ୍ରଚାରକ ଭବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ ଥିବା ବେଳେ ଅତନୁ ସାବ୍ୟସାଚୀ ନାୟକ, ସମୀର ରଞ୍ଜନ ଦାସ, ବ୍ୟୋମକେଶ ରାୟ, ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା କରିଛି ଦଳ ।

ସେହିପରି କଂଗ୍ରେସ ମଧ୍ୟ ଏହାର ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି ।  ଏ ଚେଲ୍ଲା କୁମାର, ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଚିରଞ୍ଜିବୀ ବିଶ୍ୱାଳଙ୍କ ନାମ ତାଲିକାରେ ସାମିଲ୍‌ କରିଛି ଦଳ ।

Spread the love