ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ଦିପାଳୀ ଦାସ

ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ଝାରସୁଗୁଡା ବିଧାୟିକା ଦିପାଳୀ ଦାସ । ୨୪ ପାଇଁ ଦଳୀୟ ଟିକେଟ ମିଳିବା ପରେ ମାଆଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି । ବିକାଶକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯିବେ । ୨୦୧୯ ଅପେକ୍ଷା ଆହୁରି ଅଧିକ ଭୋଟରେ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତ ପ୍ରକାଶ କରିଛନ୍ତି ଦୀପାଳି । ବାପା ସ୍ୱର୍ଗତ ନବ ଦାସଙ୍କ ଭାବମୂର୍ତିକୁ ଆଗକୁ ବଜାୟ ରଖିବେ ବୋଲି କହିଛନ୍ତି

ସେପଟେ ବିରଜାଙ୍କୁ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଲେ ଗୌତମ ରାୟ । ଯାଜପୁର ବିଧାନସଭା ବିଜେପି ପାର୍ଥୀ ଭାବେ ଗୌତମ ରାୟଙ୍କୁ ଟିକେଟ ମିଳିବା ପରେ ସେ ବିଶାଳ ପଟୁଆରରେ ଆସି ମା’ ବିରଜାଙ୍କ ଦର୍ଶନ କରିଛନ୍ତି । ଯାଜପୁର ବ୍ଲକ ବରୁଆଁ ଛକରେ ଗøତମଙ୍କ ଶୁଭେଚ୍ଛୁ ଓ କର୍ମୀ ସ୍ୱାଗତ କରିଥିଲେ । ଶ୍ରୀ ରାୟ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିବା ସହ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ମୋଦୀ ସରକାରଙ୍କ ଗ୍ୟାରେଂଟି ଓ ବିକଶିତ ଭାରତର ବାର୍ତା ନେଇ ଲୋକଙ୍କ ପାଖକୁ ଭୋଟ ଭିକ୍ଷା ପାଇଁ ଯିବେ ବୋଲି କହିଛନ୍ତି ।

Spread the love