ପ୍ରଚାର କଟକଣା, ୩୦୦ ଲୋକଙ୍କୁ ନେଇ ହୋଇପାରିବ ରାଜନୈତିକ ସଭା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋହଳ ହେଲା କଟକଣା । ନିର୍ବାଚନ ପ୍ରଚାରରୁ ସାମାନ୍ୟ ହଟିଲା କଟକଣା । ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ ପ୍ରାର୍ଥୀ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ମାତ୍ର ୫ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ୍ ପାଇଁ ଅନୁମତି ଦିଆଯାଇଥିଲା । ସେହିପରି ରାଜନୈତିକ ସଭାକୁ ମଧ୍ୟ ଅନୁମତି ମିଳିଛି । ୩୦୦ ଲୋକଙ୍କୁ ନେଇ ହୋଇପାରିବ ରାଜନୈତିକ ସଭା । ପୂର୍ବଭଳି ବାଇକ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରହିଛି । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥର ୫ଟି ପର୍ଯ୍ୟାୟରେ ଭୋଟିଂ ହେବ । ଏଥିପାଇଁ ୮୦ରୁ ୯୦ ପ୍ରତିଶତ ପୋଲିଂ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦିଆଯାଇଛି । ଆଉ ୨ ଦିନ ମଧ୍ୟରେ ଅବଶିଷ୍ଟ ପୋଲିଂ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦିଆଯିବ । ସେହିପରି ସମସ୍ତ ପୋଲିଂ କର୍ମଚାରୀଙ୍କ ଟ୍ରେନିଂ ସାରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ନିର୍ବାଚନ କମିଶନର ।

Spread the love