ରାଜନୈତିକ ହିଂସା, ବୋମା ମାଡରେ ଜଣେ ମୃତ

ନୟାଗଡ ୨୩/୦୨: ଖଣ୍ଡପଡା ସ୍ଥିତ ବୋଦସା ଗାଁ ରେ ରାଜନୈତିକ ହିଂସା । ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ପ୍ରଶାନ୍ତ ତାରିଣୀଆ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ । ତେବେ ବୁଧବାର ସନ୍ଧ୍ୟାରେ ଖଣ୍ଡପଡା ବୋଦସା ଗାଁରେ ବୋମା ମାଡ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ବୋମା ମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି ।

Spread the love