ଭୋଟ ଦେଲେ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁଲୋଚନା ଦାସ

ଭୁବନେଶ୍ୱର ୨୪।୦୩ : ଭୋଟ ଦେଲେ ସୁଲୋଚନା ଦାସ । ପୌର ନିର୍ବାଚନ ପାଇଁ ନିଜର ମତ ସାବ୍ୟସ୍ତ କରିଛନ୍ତି ଏହି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ।  ଭୁବନେଶ୍ୱର ନୟାପଲ୍ଲୀ ନୂଆସାହିର ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ୩୯ ନମ୍ବର ୱାର୍ଡର ୪୦୭ ନମ୍ବର ବୁଥ୍‌ରେ ମତଦାନ ସାବ୍ୟସ୍ତ କଲେ ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି । କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଚଳିତ ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବା ବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ।

Spread the love