ଓଡ଼ିଶା ବିଧାନସଭା: ବିଜେଡି 17, ବିଜେପି 5, କଂଗ୍ରେସ 1 ଆସନରେ ଆଗୁଆ

ଓଡ଼ିଶାର ୧୪୬ ବିଧାନସଭା ଆସନରେ ଗୁରୁବାର ସକାଳ 8ଟାରୁ ଭୋଟ ଗଣନା ଚାଲିଛି। ସକାଳ 9ଟା 30 ସୁଦ୍ଧା ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି ପ୍ରାର୍ଥୀ ୧୭ଟି ଆସନରେ ଆଗୁଆ ଥିବାବେଳେ ବିଜେପି 5 ଏବଂ କଂଗ୍ରେସ 1ଟି ଆସନରେ ଆଗୁଆ ରହିଛି।

ଉମରକୋଟ ବିଧାନସଭାରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ, ଚିଲିକା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ, ପାଲଲହଡା ବିଧାନସଭାରେ ବିଜେଡିର ମୁକେଶ ପାଲ, ଆସିକା ବିଧାନସଭାରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁ, ଭଞ୍ଜନଗର ବିଧାନସଭାରେ ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ, ବୌଦ୍ଧ ବିଧାନସଭାରେ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, ଝରିଗାଁରେ ବିଜେପିର ପର୍ଶୁରାମ ମାଝି, ମାଲକାନଗିରିରେ ବିଜେଡିର ମୁକୁନ୍ଦ ସୋଡ଼ି, ସୋରଡ଼ାରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଭଟଲୀରେ ବିଜେଡିର ସୁଶାନ୍ତ ସିଂହ, ବୀରମହାରାଜପୁରରେ ବିଜେପିର ରଘୁନାଥ ଜଗଦଲ, ହିନ୍ଦୋଳରେ ବିଜେଡିର ସୀମାରାଣୀ ନାୟକ, ଝାରସୁଗୁଡ଼ାରେ ବିଜେଡିର ନବ ଦାସ, ପାଟଣାଗଡ଼ରେ ବିଜେଡି ପ୍ରାର୍ଥୀ ସରୋଜ ମେହେର, ଢେଙ୍ଗାନାଳରେ ବିଜେଡିର ସୁଧୀର ସାମଲ ଆଗୁଆ ରହିଛନ୍ତି।

Spread the love