ଓଡ଼ିଶା ବିଧାନସଭା: ବିଜେଡି 60, ବିଜେପି 20, କଂଗ୍ରେସ 5 ଆସନରେ ଆଗୁଆ

ଓଡ଼ିଶାର 146 ବିଧାନସଭା ଆସନରେ ଗୁରୁବାର ସକାଳ 8ଟାରୁ ଭୋଟ ଗଣନା ଚାଲିଛି। ସକାଳ 10ଟା 20 ସୁଦ୍ଧା ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି 60ଟି ଆସନରେ ଆଗୁଆ ଥିବାବେଳେ ବିଜେପି 20 ଏବଂ କଂଗ୍ରେସ 5ଟି ଆସନରେ ଆଗୁଆ ରହିଛି।

କଟକ-ଚୌଦ୍ବାର ଆସନରେ ବିଜେଡିର ସୌଭିକ ବିଶ୍ଵାଳ, କଟକ ସଦରରେ ବିଜେଡିର ଚନ୍ଦ୍ରସାରଥୀ ବେହେରା, ଡାବୁଗାଁରେ ବିଜେଡିର ମନୋହର ରନ୍ଧାରୀ, ଦଶପଲ୍ଲାରେ ବିଜେଡିର ରମେଶ ବେହେରା, ଦେବଗଡ଼ରେ ବିଜେଡିର ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ନବରଙ୍ଗୁପରରେ ବିଜେଡିର ସଦାନନ୍ଦ ପ୍ରଧାନୀ, ନୟାଗଡ଼ରେ ବିଜେଡିର ଅରୁଣ ସାହୁ, ନିଆଳିରେ ବିଜେଡିର ପ୍ରମୋଦ ମଲ୍ଲିକ, ପାରଳାଖେମୁଣ୍ଡିରେ ବିଜେଡିର କେ. ନାରାୟଣ ରାଓ, ସିମୁଳିଆରେ ବିଜେଡିର ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁନ୍ଦରଗଡ଼ରେ ବିଜେପିର କୁସୁମ ଟେଟେ, ତଳସରାରେ ବିଜେପିର ଭବାନୀ ଭୋଇ, ପାଟଣାରେ ବିଜେଡିର ଜଗନ୍ନାଥ ନାୟକ, ପୁଲବାଣୀରେ ବିଜେଡିର ଅଙ୍ଗଦ କହଁର, ରଣପୁରରେ ବିଜେଡିର ସତ୍ୟ ନାରାୟଣ ପ୍ରଧାନ, ରେଢାଖୋଲରେ ବିଜେଡିର ରୋହିତ ପୂଜାରୀ, ସମ୍ବଲପୁରରେ ବିଜେଡିର ରାସେଶ୍ଵରୀ ପାଣିଗ୍ରାହୀ, ସୋନପୁରରେ ବିଜେଡିର ନିରଞ୍ଜନ ପୂଜାରୀ, ସୁକିନ୍ଦାରେ ବିଜେଡିର ପ୍ରୀତିରଞ୍ଜନ ଘଡ଼ାଇ, ନୀଳଗିରିରେ ବିଜେଡିର ସନ୍ତୋଷ ଖଟୁଆ, ପଦ୍ମପୁରରେ ବିଜେଡିର ବିଜୟ ରଞ୍ଜନ ସିଂହ ବରିହା ଆଗରେ ରହିଛନ୍ତି।

ସେହିପରି ପରଜଙ୍ଗରେ ବିଜେପିର ବିଭୂତି ପ୍ରଧାନ, ଉମରକୋଟ ବିଧାନସଭାରେ ବିଜେପିର ନିତ୍ୟାନନ୍ଦ ଗଣ୍ଡ, ଚିଲିକା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ, ପାଲଲହଡା ବିଧାନସଭାରେ ବିଜେଡିର ମୁକେଶ ପାଲ, ଆସିକା ବିଧାନସଭାରେ ବିଜେଡି ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁ, ଭଞ୍ଜନଗର ବିଧାନସଭାରେ ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ, ବୌଦ୍ଧ ବିଧାନସଭାରେ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, ଝରିଗାଁରେ ବିଜେପିର ପର୍ଶୁରାମ ମାଝି, ମାଲକାନଗିରିରେ ବିଜେଡିର ମୁକୁନ୍ଦ ସୋଡ଼ି, ସୋରଡ଼ାରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଭଟଲୀରେ ବିଜେଡିର ସୁଶାନ୍ତ ସିଂହ, ବୀରମହାରାଜପୁରରେ ବିଜେପିର ରଘୁନାଥ ଜଗଦଲ, ହିନ୍ଦୋଳରେ ବିଜେଡିର ସୀମାରାଣୀ ନାୟକ, ଝାରସୁଗୁଡ଼ାରେ ବିଜେଡିର ନବ ଦାସ, ପାଟଣାଗଡ଼ରେ ବିଜେଡି ପ୍ରାର୍ଥୀ ସରୋଜ ମେହେର, ଢେଙ୍ଗାନାଳରେ ବିଜେଡିର ସୁଧୀର ସାମଲ, ମାହାଙ୍ଗାରେ ବିଜେଡିର ପ୍ରତାପ ଜେନା, ମୋରଡ଼ାରେ ବିଜେପିର କୃଷ୍ଣଚନ୍ଦ୍ର ମହାପାତ୍ର, ଲୋଇସିଂହାରେ ବିଜେପିର ମୁକେଶ ମହାଲିଙ୍ଗ, ଖୋର୍ଦ୍ଧାରେ ବିଜେଡିର ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଖଣ୍ଡପଡ଼ାରେ ସୌମ୍ୟରଞ୍ଜନ ପଟ୍ଟନାୟକ, କୋଟପାଡ଼ରେ ବିଜେଡିର ପଦ୍ମୀନ ଦିଆନ, କୁଚିଣ୍ଡାରେ ବିଜେପିର ରବି ନାୟକ ଆଗୁଆ ରହିଛନ୍ତି।

Spread the love