କଟକରେ ପୌର ନିର୍ବାଚନ, ମତ ସାବ୍ୟସ୍ତ କଲେ ତିନି ମେୟର ପ୍ରାର୍ଥୀ

କଟକ ୨୪।୦୩ : ଆଜି ପୌର ଭୋଟ । କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରେ ସୁରୁଖୁରୁରେ ଚାଲିଛି ମତଦାନ । ଏହି ଅବସରରେ ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ତିନି ପ୍ରମୁଖ ଦଳର ମେୟର ପ୍ରାର୍ଥୀ ।କଟକ ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । କଟକ ୱାର୍ଡ ନଂ-୯ର ମାନସିଂପାଟଣା ସ୍କୁଲ ବୁଥ ନଂ-୫୨ରେ ଭୋଟ ଦେଇଛନ୍ତି ଶ୍ରୀତମ । ଗୁରୁବାର ସକାଳୁ ସେ ଚଣ୍ଡି ମନ୍ଦିର ଯାଇ ମାଆଙ୍କ ଆଶିଷ ନେଇଥିଲେ । ସେଠାରୁ ପତ୍ନୀଙ୍କ ସହ ଯାଇ ଭୋଟ ଦେଇଛନ୍ତି ।  

ସେହିପରି ବିଜେଡି ମେୟର ପ୍ରାର୍ଥୀ ସୁବାଷ ସିଂହ ମଧ୍ୟ ନିଜର ମତସାବ୍ୟସ୍ତ କରିଛନ୍ତି । ଘର ନିକଟରେ ଥିବା ଲାଲବାଗ ଉଚ୍ଚ ବିଦ୍ୟାଳୟରେ ପରିବାର ସହ ଯାଇ ଭୋଟ୍‌ ଦେଇଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁବାଶ ସିଂହ । ସେପଟେ କଂଗ୍ରେସର ମେୟର ପ୍ରାର୍ଥୀ  ଗିରିବାଳା ବେହେରା  ଭୋଟ ଦେଇଛନ୍ତି। କଟକ ସିଡିଏ ସ୍ଥିତ ଡିଏଭି ସ୍କୁଲର ୩୧ ନମ୍ବର ବୁଥ୍‌ରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

Spread the love