ବିଜୁଳି କଟିବ, ମୋବାଇଲ ଓ ଇଣ୍ଟରନେଟ ସେବା ମଧ୍ୟ ହୋଇପାରେ ଠପ

ଫୋନି ପ୍ରଭାବରେ 170ରୁ 180 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିଯୋଗୁ ବିଜୁଳି ଖୁଣ୍ଟ ଉପୁଡ଼ିବା ଏବଂ ତା’ର ଛିଡ଼ିବାର ସମ୍ଭାବନା ରହିଛି। ତେଣୁ ବିପଦ ଆଶଙ୍କାରେ ପବନର ବେଗ 50 ଛୁଇଁବା କ୍ଷଣି ଶକ୍ତି ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବ। ଆଜି ଶକ୍ତି ବିଭାଗ ପକ୍ଷରୁ ଏନେଇ ସମୀକ୍ଷା ହୋଇଥିଲା। ଏହାପରେ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି,“ ଫୋନି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ତେଣୁ ଶକ୍ତି ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ମୋବାଇଲ ଓ ଇଣ୍ଟରନେଟ ସେବା ମଧ୍ୟ ଠପ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Spread the love