ବକେୟା ବିଦ୍ୟୁତ ବିଲ ପୈଠ ନ କଲେ କଟିବ ଲାଇନ : ଅରୁଣ ବୋଥ୍ରା

ବକେୟା ବିଦ୍ୟୁତ ବିଲ ପୈଠ ନ କଲେ କଟିବ ଲାଇନ । ରାଜ୍ୟରେ ଅନେକ ବିଦ୍ୟୁତ ଉପଭୋକ୍ତାଙ୍କ ବିଲ ବକେୟା ରହିଛି । ଉପଭୋକ୍ତା ବିଜୁଳି ବିଲ ପୈଠ କରି ନାହାଁନ୍ତି । 

ସାଧାରଣ ଖାଉଟିଙ୍କ ଉପରେ ୨ହଜାର କୋଟି ଟଙ୍କାର ବିଦ୍ୟୁତ ବିଲ ବାକି ପଡ଼ିଛି । ବକେୟା ବିଲରୁ ୯୨ ପ୍ରତିଶତ ଘରୋଇ ଉପଭୋକ୍ତାଙ୍କ ଉପରେ ବାକି ରହିଛି । ଅର୍ଥାତ ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩ କୋଟି ଟଙ୍କା ବାକି ରହିଛି । ସମୁଦାୟ ବିଦ୍ୟୁତ ବିଲ ବକେୟାରୁ ୨୦୯ କୋଟି ଉପରେ ଆପତ୍ତି ଅଭିଯୋଗ ହୋଇଛି । ଆପତ୍ତି ଅଭିଯୋଗ ଥିବା ବିଲ ମଧ୍ୟରୁ ୧୦୮ କୋଟି ଶିଳ୍ପସଂସ୍ଥା ବିଲ ବାକି ପଡ଼ିଛି । ସେହିପରି ଘରୋଇ ଘରୋଇ ଗ୍ରାହକଙ୍କ ପାଖରେ ୧ହଜାର ୨୩କୋଟି ଟଙ୍କା ବିଦ୍ୟୁତ ବିଲ ବାକି ରହିଛି । ଏକ ଲକ୍ଷ ୪ହଜାର ଲୋକ ୨ବର୍ଷ ହେଲା କୈାଣସି ବିଲ ଦେଇ ନାହାଁନ୍ତି । ତେଣୁ ଏହି ବକେୟ ପଡ଼ିଥିବା ବିଦ୍ୟୁତ ବିଲ ଆଦାୟ ପାଇଁ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ । ସେସୁର ଆର୍ଥିକସ୍ଥିତି ବର୍ତ୍ତମାନ ଭଲ ନାହିଁ । ତେଣୁ ଲୋକଙ୍କୁ ଗୁଣାତ୍ମକମାନଯୁକ୍ତ ବିଦ୍ୟୁତ ଦେବାକୁ ଆମକୁ ଅର୍ଥ ଦରକାର । 

ବକେୟା ବିଦ୍ୟୁତ ବିଲ ନେଇ ଖାଉଟିଙ୍କ ପାଖକୁ ମେସେଜ ଯିବ । ଯେଉଁମାନେ ବିଦ୍ୟୁତ ବିଲ ଭରି ନାହାଁନ୍ତି ସେମାନଙ୍କ ପାଇଁ ଜାନୁଆରୀ ୧୫ ଯାଏଁ ମହଲତ ଦିଆଯାଇଛି । ସବୁ ପରେ ବି ଯଦି ଉପଭୋକ୍ତା ବିଦ୍ୟୁତ ବିଲ ପୈଠ ନ କରିବେ ତେବେ ଜାନୁଆରୀ ୧୬ରୁ ଲାଇନ କଟିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।

Spread the love