ମହିଳାଙ୍କୁ କଚାଡ଼ିଦେଲା ହାତୀ

ଅନୁଗୋଳ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ଖଇରବେରେଣୀ ଗ୍ରାମରେ ହାତୀ ଆକ୍ରମଣରେ ଆଜି ସକାଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଖଇରବେରେଣୀ ଗ୍ରାମର ହାଡିବନ୍ଧୁ ଦେହୁରୀଙ୍କ ସ୍ତ୍ରୀ ଶୈଳବାଳା ଦେହୁରୀ (୫୫) । ଘଟଣାରୁ ପ୍ରକାଶ, ପାତ୍ରପଡା ପଞ୍ଚାୟତ ଖଇରବେରେଣୀ ଗ୍ରାମର ବତୀ ପ୍ରଧାନ (୫୦)ଓ ଶୈଳବାଳା ଦେହୁରୀ (୫୫) ଆଜି ସକାଳେ ବାଲିଝରଣକୁ ଶୈାଚ ହେବା ପାଇଁ ଯାଇଥିବା ବେଳେ ଏକ ହାତୀ ସହିତ ମୁହାମୁହିଁ ହୋଇଥିଲେ। ହାତୀକୁ ଦେଖି ବତୀ ଦୌଡ଼ି ପଳାଇ ଯାଇଥିବା ବେଳେ ଶୈଳବାଳାଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଖାଦେଇଛି ।ଅନ୍ୟପକ୍ଷେ ଡଙ୍ଗାପଳ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ୧୦ ଦିନରୁ ଅଧିକ ହେବ ୧୪ଟିକିଆ ହାତୀପଲ ରହୁଥିବା ବେଳେ ସନ୍ଧ୍ୟାହେଲେ ଡଙ୍ଗାପାଳ, ଖଇରବେରେଣୀ, ଭାଲିଆସର ଆଦି ଗାଁ ମୁହାଁ ହେବା ସହିତ ବ୍ୟାପକ ଫସଲ ନଷ୍ଟ କରି ଭଙ୍ଗାରୁଜା କରୁଛନ୍ତି।

Spread the love