ଟ୍ରେନ୍ରେ ଧକ୍କାରେ ହାତୀ ମୃତ୍ୟୁ ଘଟଣା ଆର୍ସିସିଏଫ୍ଙ୍କ ଘଟଣାସ୍ଥଳ ପରିଦର୍ଶନ
ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ଢେଙ୍କାନାଳ ବନଖଣ୍ତ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାରଦା ରେଲ୍େୱ ଲେଭଲ୍ କ୍ରସି˚ଠାରେ ଗତକାଲି ଟ୍ରେନ୍ ଧକ୍କାରେ ଏକ ହାତୀର ପ୍ରାଣହାନି ଘଟିଥିଲା। ଆର୍ସିସିଏଫ୍ ସୁଦର୍ଶନ ପଣ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ସାବଧାନତା ଅବଲମ୍ବନ ପାଇଁ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନିକଟ ବେଙ୍ଗ ପାହାଡ଼ରୁ ଏକ ଦନ୍ତା ହାତୀ ସହ ପ୍ରାୟ ୩୦ ବର୍ଷ ବୟସର ଗୋଟିଏ ମାଈହାତୀ ଜନବସତି ଆଡ଼କୁ ଆସୁଥିଲା। ବାରଦାଠାରେ ଏକ ମାଲ ବୋଝେଇ ଟ୍ରେନ୍ ଧକ୍କାରେ ମାଈହାତୀଟିର ମୃତ୍ୟୁ ଘଟିଥିଲା। ବନ ବିଭାଗ ପକ୍ଷରୁ ଆଜି ହାତୀର ଶବ ବ୍ୟବଚ୍ଛେଦ କରାଯାଇ ସେଠାରେ ପୋତି ଦିଆଯାଇଛି।
ଆର୍ସିସିଏଫ୍ ଶ୍ରୀ ପଣ୍ତା ଅପରାହ୍ଣରେ ଘଟଣାସ୍ଥଳ ପରିଦର୍ଶନ କରି ହାତୀ ମୃତ୍ୟୁର କାରଣ ସ˚ପର୍କରେ ବିଭାଗୀୟ କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ହାତୀ ଟ୍ରେନ୍ ଲାଇନ୍ ଅତିକ୍ରମ କରୁଥିବା ସ୍ଥାନ ଗୁଡ଼ିକରେ କଡ଼ାକଡ଼ି ପାଟ୍ରୋଲି˚ କରିବା, କିଛି ଅସୁବିଧା ଥିଲେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇବା, ଲଣ୍ଠନରେ ନାଲିଜରି ଗୁଡ଼ାଇ ଟ୍ରେନ୍ ଅଟକାଇବା ପ୍ରଭୃତି ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେବାକୁ ସେ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ବନଖଣ୍ତ ଅଧିକାରୀ ସୁଦର୍ଶନ ପାତ୍ର, ଏସିଏଫ୍ ଜିତେନ୍ଦ୍ର ନାଥ ଦାଶଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Post Views: 103