୬ ଘର ଭାଙ୍ଗିଲେ ହାତୀପଲ, ଲୋକେ ଭୟଭୀତ

ପାଟଣା ୧୧।୦୯ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛନ୍ତି ୨୨ଟିକିଆ ହାତୀପଲ । ଗତ ଦୁଇ ସପ୍ତାହ ଧରି ଏହି ଅଞ୍ଚଳରେ ହାତୀପଲ ଉପଦ୍ରବ ଜାର ରଖିଛନ୍ତି । ଯାହାଫଳରେ ସ୍ଥାନୀୟଲୋକେ ଭୟଭୀତ ହୋଇ ରହିଛନ୍ତି  । ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କଟାବେଡ଼ା ଗାଁର ଦୁଇଟି ଘର ଭାଙ୍ଗିଛନ୍ତି ହାତୀପଲ । ଏହି ସହ ରବିବାର ସକାଳ ଅସନବାହାଳି ଗାଁରେ ମଧ୍ୟ ୪ଟି ଘର ଭାଙ୍ଗିଛନ୍ତି । ଏବେ ଯାଏଁ ପାଟଣା ରେଞ୍ଜରେ ମୋଟ ୨୪ଟି ଘଲ ଭାଙ୍ଗି ସାରିଲେଣି ହାତୀପଲ । ତେବେ ହାତୀ ଭୟରେ ଲୋକେ ସଂଧ୍ୟା ହେଲେ ଘର ଦ୍ୱାର ଛାଡି ସୁରକ୍ଷିତ ସ୍ଥାନକୁ ପଳାଉଥିବା ଦେଖିବାକୁ ମିଳିଛି । ଏହି ହାତୀପଲ ଏବେ ଉଭୟ ବନବିଭାଗ ଓ ଲୋକଙ୍କ ନିଦ ହଜାଇ ଦେଲେଣି ।

Spread the love