ସାତକୋଶିଆ ଅଭିମୁଖେ ଯଶୋଦା

ଅନୁଗୁଳ:  ସାତକୋଶିଆ ଅଭିମୁଖେ କୁମକୀ ହାତୀ ଯଶୋଦା । ଚନ୍ଦକା ଡମପଡା ହାତୀ ଅଭୟାରଣ୍ୟରୁ ଏହି ତାଲିମପ୍ରାପ୍ତ ମାଈ ହାତୀ ସାତକୋଶିଆ ଅଭୟାରଣ୍ୟ କୁ ଆସିବା ପରେ ବାଘ ଉପରେ ନଜର ରଖିବ । ଅଭୟାରଣ୍ୟରେ ପୂର୍ବରୁ ଥିବା ମାଈ ବାଘୁଣୀ କିଛିଦିନ ପୂର୍ବରୁ ଛୁଆ ଜନ୍ମ ଦେଇଥିବା ସୂଚନା ରହିଛି । ଏଥିପାଇଁ ମୁଖ୍ୟତଃ ଏହି ବୟସ୍କା ବାଘୁଣୀ ଆଉ ତାର ଶାବକ ମାନଙ୍କ ଉପରେ ନଜର ରଖିବା ପାଇଁ କୁମକୀ ହାତୀ ଯଶୋଦାର ସହାୟତା ନିଆଯିବ ।

ଆଜି ରାତି ସୁଦ୍ଧା ଯଶୋଦା ଅନୁଗୁଳରେ ପହଞ୍ଚିବାର ସୂଚନା ରହିଛି । ଏହା ବ୍ୟତୀତ ଯଶୋଦା ଏଠାରେ ରହି ସାତକୋଶିଆ ପରିବେଶ ସହିତ ଖାପ ଖୁଆଇବା ପରେ ଏନକ୍ଲୋଜର ଭିତରେ ଥିବା ବାଘୁଣୀ ସୁନ୍ଦରୀକୁ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ଛଡ଼ାଯାଇ ହାତୀ ଉପରେ ବସି ତା ଉପରେ ନଜର ରଖାଯିବ । ବାଘୁଣୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଓ ବାଘ ମହାବୀରର ମୃତ୍ୟୁ ପରେ ବାଘୁଣୀକୁ ଖୋଲାମେଲାରେ ଛାଡି ପାରୁ ନାହିଁ ବନ ବିଭାଗ । କହିବାକୁ ଗଲେ ବାଘୁଣୀକୁ ଖୋଲାମେଲାରେ ଛାଡିବା ପାଇଁ ସାହସ ଜୁଟାଇ ପାରୁ ନାହିଁ ବନ ବିଭାଗ । ଏଥିପାଇଁ କୁମକୀ ହାତୀ ଯଶୋଦା ଉପରେ ହିଁ ନିର୍ଭର କରାଯାଉଛି ।

Spread the love