ଧାନ ନଷ୍ଟ କଲେ ହାତୀପଲ, ଚିନ୍ତାରେ ଚାଷୀ

ସାମୁଦ୍ରିକ ଝଡ ଜଓ୍ବାଦ ପ୍ରଭାବରେ ଚାଷୀ ହନ୍ତସନ୍ତ ହୋଇଛନ୍ତି. ଆଜି ପୁଣି ହାତୀଙ୍କ ଉପଦ୍ରଵ. ଚାଷୀ ନିଜର ଚାଷ ବଚାଇବାକୁ ନେତାଠୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କୁ ତେଲ ମାରିମାକୁ ପଢୁଛି. କିନ୍ତୁ କିଛି ସୁଫଳ ହୋଇନି. ଆଜିବି ଚାଷୀ ହାତୀଙ୍କ ଲଲୁପ ଦୃଷ୍ଟି ବଞ୍ଚି ପାରିନାହାନ୍ତି.

ସୂଚନାଥାଉକି, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡମଣଭୁଇ ଗାଁରେ ଆଜି ହାତୀପଲ ଆସି ଧାନ ନଷ୍ଟ କରିଦେଇଛନ୍ତି. ଗାଁ ଲୋକେ ଏନେଇ ବନ ବିଭାଗର ଦୃଷ୍ଟି ଗୋଚର କରିଥିଲେ. କିନ୍ତୁ କିଛି ସୁଫଳ ହୋଇନି. ଯଦି ଏହି ହାତୀପଲ ବାରମ୍ବର ଧାନ ନଷ୍ଟ କଟିବା ସହ ଗାଁ ଭିତରକୁ ପଶୁଛନ୍ତି. ଗାଁ ବାସ କରୁଥିବା ଲୋକେ ହାତୀ ଭୟରେ ଜୀବନ ଅତିବାହିତ କରୁଛନ୍ତି. ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଅନୁରୋଧ କରିଛନ୍ତି. ଯଦି ସରକାର ଦୁଃଖ ନବୁଝନ୍ତୁ ତାହାଲେ ରାସ୍ତା ଅବରୋଧ କରିବାକୁ ଗାଁ ଲୋକେ ଚେତାବନୀ ଦେଇଛନ୍ତି .

Spread the love