ଆହତ ହାତୀର ଚିକିତ୍ସା କଲା ବନ ବିଭାଗ

ଢେଙ୍କାନାଳ, ୧୭|୦୧:  ଆହତ ହାତୀର ଚିକିତ୍ସା କଲା ବନବିଭାଗ। ଢେଙ୍ଗାନାଳ ଜିଲ୍ଲ ମହାବିରରୋଡ ରେଞ୍ଜ ଆମ୍ବପଳାଶ ଜଙ୍ଗଲ ଠାରେ ବନବିଭାଗର ଏକ ଟିମ ଆହତ ହାତୀକୁ ଟ୍ରାଙ୍କୁଲାଇଜ କରିବା ସହ ତାର ଚିକିତ୍ସା କରିଛନ୍ତି। ହାତୀଟିର ବୟସ ୪ ରୁ ୫ ବର୍ଷ ବୋଲି ଅନୁମାନ କରାଯାଉଛି।

ହାତୀଟିର ଗୋଡ ଓ ପାଟି କୈାଣସି କାରଣରୁ ଖଣ୍ଡିଆ ହୋଇ ଯାଇଥିଲା । ବାରାହା ଶିକାର ପାଇିଁ ରଖାଯାଇଥିବା ବୋମା ଖାଇଦେବାରୁ ଏପରି ହୋଇଥିବା ଅନୁମାନ କରାଯାଉଛି । ଆହତ ହାତୀଟି କୁଆଡେ ଯାଇ ପାରୁ ନଥିଲା ଏବଂ କିଛି ଖାଦ୍ୟ ମଧ୍ୟ ଖାଉ ନଥିଲା। ବନବିଭାଗ ତାକୁ ଟ୍ରାକ କରିବା ସହ ତାର ଚିକିତ୍ସା କରିଛି। ହାତୀଟି ସମ୍ପୁର୍ଣ୍ଣ ସୁସ୍ଥ ହେବା ଯାଏଁ ତା ଉପର କଡା ନଜର ରଖିବ ବନବିଭାଗ। ଦୁଇଜଣିଆ ଡାକ୍ତରୀ ଟିମ ଉପସ୍ଥିତ ରହି ହାତୀଟିର ଚିକିତ୍ସା କରୁଛନ୍ତି ।

Spread the love