ପାଟଣା ରେଞ୍ଜକୁ ପୁଣି ଧସେଇ ପଶିଲେ ହାତୀପଲ, ଭୟରେ ଅଞ୍ଚଳବାସୀ

ପାଟଣା ୨୮।୦୮ : କିଛି ମାସର ବ୍ୟବଧାନରେ ପୁଣି ପାଟଣା ରେଞ୍ଜକୁ ଧସେଇ ପଶିଲେ ହାତୀପଲ । ଘର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଛନ୍ତି । ଯାହାକୁ ନେଇ ଭୟରେ ସ୍ଥାନୀୟ ବାସିନ୍ଦା । ବନବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।

ଖବର ଅନୁଯାୟୀ,  ହାତୀପଲ କରଞ୍ଜିଆ ରେଞ୍ଜରୁ ଆସି ସାହାରପଡା ସେସ୍କନରେ ୪ ଟି ଘର ଭାଙ୍ଗିବା ସହ ଏକର ଏକର ଧାନ ଫସଲ ମାଡି ନଷ୍ଟ କରିଛନ୍ତି। ସାହାରପଡା ସେକ୍ସନର ଚାତରପାଣି ଗାଁର ବସନ୍ତ ମହାନ୍ତ, ବିମଳା ମହାନ୍ତ ,ବାଇକଳା ଗାଁର ନିରଞ୍ଜନ ମହାନ୍ତ, ଏବଂ ଖୁଣ୍ଟାପଡା ଗାଁର ହଜାରୀ ତନ୍ତୀଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳକୁ ଖାଇ ନଷ୍ଟ କରିଦେଇଛନ୍ତି । ରାତିରେ ଘରେ ପରିବାର ଲୋକେ ଶୋଇଥିବା ସମୟରେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏବେ ହାତୀପଲ ଭାଗ ଭାଗ  ହୋଇ  ଜଗନ୍ନାଥପୁର ଏବଂ ଗୋଜିଟାଙ୍ଗିରୀ ଗାଁ ନିକଟରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ହାତୀପଲଙ୍କ ପଛରେ ରହି ଗତିପଥ ଉପରେ ନଜର ରଖିଛି। ଖୁବ ଶୀଘ୍ର ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love